csstore

ହେଲ୍ପ ଡେକ୍ସ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସେବା ହିଁ ସଂଗଠନ ବିଜେପି କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସାଂସଦ ରାଜକୁମାର ଚହରଙ୍କ ନିର୍ଦ୍ଦେଶ କ୍ରମେ ଭାରତର ସମସ୍ତ ଜିଲ୍ଲାର ଗୋଟିଏ ସ୍ଥାନରେ ଗ୍ରାମାଞ୍ଚଳର ପିଏଚସି ତଥା ସିଏଚସି.ରେ ପ୍ରତେକ ଜିଲ୍ଲାର କୃଷକ ମୋର୍ଚ୍ଚା ତରଫରରୁ କୋଭିଡ ଆକ୍ରାନ୍ତଙ୍କ ପାଇଁ “ହେଲ୍ପ ଡେକ୍ସ” ପାଇଁ ପ୍ରସ୍ତୁତି ବୈଠକ ହୋଇଥିଲା । ଏଥିରେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର, ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଗୋବର୍ଦ୍ଧନ ଅଗ୍ରୱାଲ, ବିଜେପି କୃଷକ ମୋର୍ଚ୍ଚା ସୋସିଆଲ ମିଡିଆ ସଂଯୋଜକ ନୀଳାଞ୍ଚଳ ଦରୁଆନ ପ୍ରମୁଖ ଉପସ୍ଥିତ ଥିଲେ । ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ନିଷ୍ପତ୍ତି କ୍ରମେ ପାଇକମାଗର ନୂତନ ସିଏଚସି.ରେ ହେଲ୍ପ ଡେକ୍ସ ଆରମ୍ଭ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

jayashree
Leave A Reply

Your email address will not be published.