ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନ ବଲାଙ୍ଗିର ଠାରେ ବଲାଙ୍ଗିର ଯାଦବ ସମାଜ ପକ୍ଷରୁ ବଲାଙ୍ଗିର ଆମ୍ବୁଲାନ୍ସ ଚାଳକମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । କରୋନା ମହାମାରୀର ଦ୍ୱିତୀୟ ଲହର ବର୍ତ୍ତମାନ କବଳିତ କରିଛି । ଅନେକ ଲୋକ ନିଜର ପରିବାର ପରିଜନଙ୍କ ପାଖକୁ ଯିବାକୁ ନାରାଜ । ବର୍ତ୍ତମାନ ସ୍ଥିତିରେ ଅନେକ ଚାଳକ ଭାଇମାନେ କରୋନା ରୋଗୀଙ୍କୁ ନେବା ଆଣିବା କରିବା ସହ ଯଥାସମ୍ଭବ ସାହାଯ୍ୟ ସହଯୋଗ କରି ଆସୁଛନ୍ତି ଏବଂ ନିଜର ମାନବିକତାର ପରିଚୟ ଦେଇଛନ୍ତି । ସେହି ଭଳି ବଲାଙ୍ଗିରର ଦୀର୍ଘ ଦିନରୁ ଚାଳକ ଭାବରେ କାର୍ଯ୍ୟରତ ଏବଂ କରୋନା ମହାମାରୀ ଆରମ୍ଭ ହେଲା ଦିନଠାରୁ ଅନେକ ରୋଗୀମାନଙ୍କୁ ସେବା ଯୋଗାଇ ଆସୁଛନ୍ତି ଦିଗାମ୍ବର ମାଝି । ୨୦୧୦ ମସିହାରୁ ଆଜି ପର୍ଯ୍ୟନ୍ତ ୧୦ ବର୍ଷରୁ ଉଦ୍ଧ୍ୱର୍ ହେଲା ଆମ୍ବୁଲାନ୍ସ ଡ୍ରାଇଭର ଭାବେ ଦାକ୍ଷତା ସହ ରୋଗୀ ସେବାରେ ସେ ନିୟୋଜିତ ଥିବା ବେଳେ ମହାମାରୀ କରୋନା ଆକ୍ରାନ୍ତଙ୍କୁ ଦୀର୍ଘ ୧ ବର୍ଷ ହେଲା ପରିବହନ କରିଛନ୍ତି ଏବଂ ଟିଟିଲାଗଡ ସବ୍ଡିଭିଜନର ପ୍ରାୟ ୫୦୦ରୁ ଉଦ୍ଧ୍ୱର୍ ନିରନ୍ତର ଭାବେ ଆମ୍ବୁଲାନ୍ସ ଯୋଗେ ପରିବହନ କରିଛନ୍ତି । ସେହିଭଳି ଆମ୍ବୁଲାନ୍ସ ସେବା ପ୍ରଦାନ କରିଥିବା ଶମ୍ଭୁ ପ୍ରସାଦ ପଧାନ ଓ ପ୍ରତ୍ୟୁମ୍ନ କୁମାର ତ୍ରିପାଠିଙ୍କୁ ଯାଦବ ଭବନ ତରଫରୁ ଯାଦବ ଭବନ ଠାରେ ସମ୍ମାନ ଜଣାଇ ପିପିଇ କିଟ, ପୁଷ୍ପ ଓ ଉତ୍ତରୀୟ ଉପଢୈାକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି । ପୋ÷÷ରାଞ୍ଚଳ ଯାଦବ ସମାଜ ସଭାପତି ପଙ୍କଜ ସେଲମା ଏବଂ ପ୍ରଶାନ୍ତ ମହାକୁରଙ୍କ ନେତୃତ୍ୱରେ ଅନୁଷ୍ଠିତ ଆଜିର କାର୍ଯ୍ୟକ୍ରମରେ ବଲାଙ୍ଗିର ୟୁଥ୍ ଏକ୍ସନ କମିଟିର ସଭାପତି ବିନୋଦ କାଲସାଏ, ମାହେଶ୍ୱରୀ ସଂଗଠନର ଅଙ୍କୁଶ ପାଣ୍ଡିଆ, ରେଡକ୍ରସ ସୋସାଇଟିର ରଞ୍ଜିତ ମିଶ୍ର, ଘାସିରାମ ଦୀପ, ଆକୁଳ ବଗର୍ତ୍ତି, ସାନ ଜାଲ, ସନ୍ଦିପ ବାଗ ଉପସ୍ଥିତ ଥିଲେ । ଶେଷରେ ଜୟଦେବ ଜାଲ ଧନ୍ୟବାଦ ଅର୍ପଣ କରିଥିଲେ ।