oom

ଆରମ୍ଭ ହେଲା ବଣିକ ସଂଘର ଅକ୍ସିଜେନ ବ୍ୟାଙ୍କ : ନରସିଂହ କଲେ ଲୋକାର୍ପିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଅନୁରୋଧ କ୍ରମେ ବଲାଙ୍ଗିର ବଣିକ ସଂଘ ଏକ ଅକ୍ସିଜେନ ବ୍ୟାଙ୍କ ଆରମ୍ଭ କରିଛି । ଏହି ବ୍ୟାଙ୍କକୁ ପ୍ରଥମେ ୧୯ଗୋଟି ସିଲିଣ୍ଡରରୁ ଆରମ୍ଭ କରାଯାଇଥିବା ବେଳେ ଆଗକୁ ସଂଗଠନ ତରଫରୁ ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇ ଦିଆଯିବ ବୋଲି ସଂଘ କହିଛି । ଘରେ ରହି ଚିକିତ୍ସିତ ହେଉଥିବା ବଲାଙ୍ଗିରବାସୀ ଆବଶ୍ୟକ ସ୍ଥଳେ ବଣୀକ ସଂଘକୁ ଯୋଗାଯୋଗ କରି ଏହି ଅକ୍ସିଜେନ ସିଲିଣ୍ଡର ପାଇ ପାରିବେ ବୋଲି ସଂଘ ପ୍ରକାଶ କରିଛି । ଆଜି ସ୍ଥାନୀୟ ସାମ୍ବାଦିକ ଭବନରେ ବଲାଙ୍ଗିର ବଣିକ ସଂଘର ସଭାପତି ତ୍ରିପୁରାରୀ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଲୋକାର୍ପଣ କାର୍ଯ୍ୟକ୍ରମରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏହି ଅକ୍ସିଜେନ ବ୍ୟାଙ୍କକୁ ବିଧିବଦ୍ଧ ଭାବେ ଉଦଘାଟନ କରିବା ସହ ବଲାଙ୍ଗିରବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ବଲାଙ୍ଗିରରେ ପ୍ରତ୍ୟହ ଶହ ଶହ ଲୋକ କରେନାରେ ସଂକ୍ରମିତ ହେଉଥିବା ବେଳେ ତାଙ୍କର ଚିକିତ୍ସା ପାଇଁ ଅକ୍ସିଜେନର ଅଭାବ ଲାଗି ରହିଛି । ସେହିପରି ଅଂଚଳର ରୋଗୀମାନେ ଡାକ୍ତରଖାନକୁ ପହଞ୍ଚିବା ପାଇଁ ଆମ୍ବୁଲାନ୍ସ ଅଭାବର ସମ୍ମୁଖୀନ ହେଉଛନ୍ତି । ଏହାକୁ ବେସରକାରୀ ସ୍ତରରେ ଦୂର କରିବା ପାଇଁ ମୁଁ ବଲାଙ୍ଗିର ବଣିକ ସଂଘକୁ ଅନୁରୋଧ କରିଥିଲି । ଆଜି ସଂଘ ଅକ୍ସିଜେନ ବ୍ୟଙ୍କ ଆରମ୍ଭ କରିଛି ଅତିଶୀଘ୍ର ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗଇଦେବା ପାଇଁ ଚେଷ୍ଟା ଜାରି ରଖିଛି । ସଂଘର ଏହି ଜନମଙ୍ଗଲକାରୀ ଉଦ୍ୟମ ପାଇଁ ମୁ ସଂଘକୁ ଧନ୍ୟବାଦ ଜ୍ଞାପନ କରୁଛି ବୋଲି ଶ୍ରୀ ମିଶ୍ର ବାର୍ତ୍ତା ଦେଇଛନ୍ତି । ଏହି କାଯ୍ୟକ୍ରମରେ ବଲାଙ୍ଗିର ପୌରଅଧିକାରୀ ବିପିନ ଦୀପ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ସଂଘର ଏହି ମହତ ଉଦ୍ୟମକୁ ପ୍ରଶଂସା କରିବା ସହ ଏହା ମହାମାରୀ ସହ ଲଢିବାରେ ବଲାଙ୍ଗିର ସହରକୁ ସହାୟକ ହେବ ବୋଲି କହିଛନ୍ତି । କାଯ୍ୟକ୍ରମକୁ ବଲାଙ୍ଗିର ରେଡକ୍ରସ ସୋସାଇଟିର ସଭାପତି ବିଷ୍ଣୁ କେଡିଆ ସଂଯୋଜନା କରିବା ସହ ଏହି ଅବସରରେ ବଣିକ ସଂଘର ସଭାପତି ତ୍ରିପୁରାରୀ ପାଣିଗ୍ରାହୀ, ସଂପାଦକ ବଲରାମ ଅଗ୍ରୱାଲ ତଥା ବିଙ୍ଗ ହ୍ୟୁମାନର ପ୍ରତିଷ୍ଠାତା ସୋମନାଥ ମିଶ୍ରଙ୍କୁ ମହତ ସେବା ପାଇଁ ସମ୍ବର୍ଦ୍ଧିତ କରିଥିଲେ । ବଲାଙ୍ଗିର ଏକ୍ସନ କମିଟି ସଭାପତି ଗୋପାଲଜୀ ପାଣୀଗ୍ରାହୀ ସଂଘକୁ ସାଧୂବାଦ ଦେବା ସହ ମାହାମରୀ ପରିସ୍ଥିତିରେ ସମସ୍ତ ବଲାଙ୍ଗିରବାସୀ ଏକ ହୋଇ ନିଜ ଭିତରେ ଆପସି ସହେଯାଗ ରଖିବାକୁୁ ଅହ୍ୱାନ କରଥିଲେ । ଆଜିର ଏହି ସଭାକୁ ବଣିକ ସଂଘର ସଦସ୍ୟବୃନ୍ଦ ସହେଯାଗ କରିଥିଲେ ।

jittmm
Leave A Reply

Your email address will not be published.