csstore

କେଶରୀୟା ହିନ୍ଦୁ ବାହିନୀ ତରଫରୁ ମାଗଣାରେ ଖାଦ୍ୟ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଭୀମ ଭୋଇ ମେଡିକାଲ୍ କଲେଜ ହସ୍ପିଟାଲ ଠାରେ ଦିନ ୧୧ଟା ଏବଂ ସନ୍ଧ୍ୟା ୭ ଟା ସମୟରେ ରୋଗୀଙ୍କ ସହାୟକମାନଙ୍କୁ କେଶରୀୟା ହିନ୍ଦୁ ବାହିନୀ ତରଫରୁ ପୁଣି ମାଗଣାରେ ଖାଦ୍ୟ ବଣ୍ଟନ କରାଯାଇଛି । ରବିବାର ଦିନ ଲକ୍‌ଡାଉନ ସହିତ ଆହାର କେନ୍ଦ୍ର ବନ୍ଦ ରହୁଥିବାରୁ ଲୋକେ ଖାଇବାକୁ ନ ପାଇ ହନ୍ତସନ୍ତ ହେଉଛନ୍ତି । ଏହି ଘଡିସନ୍ଦି ମୁହୂର୍ତ୍ତରେ ଲୋକଙ୍କ ସେବା କରିବା ଆମ ସଂଗଠନର ମୂଳ କର୍ତ୍ତବ୍ୟ ।
ଗତ ରବିବାର ଠାରୁ ଲକ୍ଡ଼ାଉନ ଥିବା ପର୍ୟ୍ୟନ୍ତ ପ୍ରତ୍ୟେକ ରବିବାର ଦିନ ଦୁଇ ବେଳା ଲୋକଙ୍କୁ ମାଗଣା ଖାଦ୍ୟ ବଣ୍ଟନ କରାଯାଉଛି । ଆଗକୁ ମଧ୍ୟ ଏହି କାର୍ଯ୍ୟ କେଶରୀୟା ହିନ୍ଦୁ ବାହିନୀ ତରଫରୁ ଜାରି ରହିବ ଏବଂ ଆହୁରି ବିଭିନ୍ନ ପ୍ରକାରର ସେବା କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ପ୍ରଦେଶ ଅଧ୍ୟକ୍ଷ ଶ୍ରୀ ଭୋଳ କହିଛନ୍ତି । ଏହି କାର୍ଯ୍ୟକ୍ରମରେ କେଶରୀୟା ହିନ୍ଦୁ ବାହିନୀ ପ୍ରଦେଶ ଅଧ୍ୟକ୍ଷ ସନ୍ତୋଷ ଭୋଳ, ଜିଲ୍ଲା ସଭାପତି ପ୍ରଦୀପ ତ୍ରିପାଠୀ, ଜିଲ୍ଲା ବରିଷ୍ଠ ଉପାଧ୍ୟକ୍ଷ ଶଙ୍କର୍ଷଣ ଆଚାର୍ୟ୍ୟ, ଜିଲ୍ଲା ପ୍ରବକ୍ତା ଦେବାନନ୍ଦ ନାୟକ, ଦେଓଗାଁ ବ୍ଲକ ଅଧ୍ୟକ୍ଷ ବଦ୍ରିନାଥ ହୋତା, ଶମ୍ଭୁ ସୁନା,ରାଜୁ ନାୟକ, କବି ସାହୁ, ଯୁବ ବାହିନୀ ଜିଲ୍ଲା ସଭାପତି ଆଲୋକ ପଣ୍ଡା, ରୁଦ୍ର ହୋତା, ମନୋଜ ନାୟକ, ରବୀନ୍ଦ୍ର ନାୟକ, କୁନା ନାୟକ, ଅଶୋକ ସିଂ, ଭାସ୍କର ରାଓ ଏବଂ ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ ।

jayashree
Leave A Reply

Your email address will not be published.