ହାତୀ ଆକ୍ରମଣରେ ଜଣେ ଗୁରୁତର

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଫରେଷ୍ଟ ରେଞ୍ଜ ଅଂଚଳରେ ହାତୀ ଉପଦ୍ରବ ଥମିବାର ନାଁ ନେଉନଥିବା ବେଳେ ଆଜି ପୁଣି ହାତୀ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଲୋଇସିଂହା ଥାନା ନୁନିଆପାଲି ଗ୍ରାମର ହେମନ୍ତ ସାହୁ(୪୫) ଆଜି ସକାଳେ ନିଜ ଜମିକୁ ଯାଇଥିବା ବେଳେ ଏକ ବଣୁଆ ହାତୀ ହାବୁଡ଼ରେ ପଡ଼ିଥିଲେ । ହାତୀଟି ତାଙ୍କୁ ଆକ୍ରମଣ କରିଥିବା ବେଳେ କୌଣସି ମତେ ସେ ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ । ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଗ୍ରାମବାସୀ ବଲାଂଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାଯାଇଛି ।

Leave A Reply

Your email address will not be published.