oom

ବଲାଙ୍ଗିରରେ ମାଇକ୍ରୋ ସ୍ତରୀୟ ଇ-ଲୋକ ଅଦାଲତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କୋର୍ଟ ପରିସରରେ ଆଜି ଜିଲ୍ଲା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ୟାମସୁନ୍ଦର ଦାଶଙ୍କ ଅଧ୍ୟକ୍ଷତାରେ ମାଇକ୍ରୋ ସ୍ତରୀୟ ଇ-ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ଏହି ଲୋକ ଅଦାଲତରେ ଲାଲଟେନ୍ଦୁ ଜେନା, ସରୋଜ କୁମାର ଦାଶ(ବିଚାରକ), ଅତିରିକ୍ତ ଜିଲ୍ଲା ବିଚାରକ (ଦ୍ୱିତୀୟ) ପ୍ରଜ୍ଞା ପରିମିତା ରାଉତ, ସିଭିଲ ବିଚାରକ ବିରିଷ୍ଠ ବିଭାଗ ଆଶାପୂର୍ଣ୍ଣା ମହାପାତ୍ର, ଶ୍ୟାମ ତ୍ରିପାଠୀ, ଅବିନାଶ ନନ୍ଦ ପ୍ରମୁଖ ବିଚାରକ ଭାବରେ ଉପସ୍ଥିତ ଥିଲେ। ତେବେ ଲୋକ ଅଦାଲତରେ ୯ ଟି ବ୍ୟାଙ୍କ ସମ୍ବନ୍ଧରେ ୩୦,୧୨,୫୩୯ଟଙ୍କା ମକଦ୍ଦମା ଫଇସଲାରେ ଆଦାୟ ହୋଇଥିଲା। ୧୨ଟି ଦେୱେ।ନି ମକଦ୍ଦମାରେ ୧,୧୩,୧୧୩ଟଙ୍କା ଆଦାୟ ହୋଇଥିଲା। ୧୧ଟି ମୋଟର ଦୁର୍ଘଟଣା ଜନିତ ମାମଲା ପାଇଁ ୨୬,୮୦,୦୦୦ ଟଙ୍କା ଜରିମାନା ରାଶି ଆଦାୟ ହୋଇଥିବା ବେଳେ ୩ଟି ପାରିବାରିକ ମାମଲା ମଧ୍ୟ ଫଇସାଲା ହୋଇଥିଲା। ତେବେ କରୋନା ମହାମାରୀକୁ ଆଖି ଆଗରେ ରଖି ଉକ୍ତ ଲୋକ ଅଦାଲତ ଭିଡିଓ କଫରେନ୍ଫ ମାଧ୍ୟମରେ ହୋଇଥିଲା। ଉକ୍ତ ଲୋକ ଅଦାଲତକୁ ଆଇନ ସେବା ପ୍ରାଧିକରଣର ଭାରପ୍ରାପ୍ତ ସଚିବ ଅଭିଳାଷ ସେନାପତି ପରିଚାଳନା କରିଥିବା ବେଳେ ଜିଲ୍ଲା ଆଇନ ସେବା ପ୍ରାଧିକରଣ କର୍ମଚାରୀ ରଜନୀ କାନ୍ତ ରଥ, ଅନିତା ପଧାନ, ସୁବ୍ରତ ନେପାକ, ନିରଞ୍ଜନ ନାୟକ, ସନାତନ ଜେନା, ବିଚିତ୍ରାନନ୍ଦ ମହାନ୍ତି, ପରମେଶ୍ୱର ପଣ୍ଡା ଓ ସଇଁଠୁ ଦୀପ ପ୍ରମୁଖ ସହଯୋଗ କରିଥିଲେ।

jittmm
Leave A Reply

Your email address will not be published.