ଭଲ ଖବର : ଭାରତ ବାୟୋଟେକ୍‌ର କରୋନା ଭେକ୍‌ସିନ କୋଭାକ୍ସିନର ମାଙ୍କଡ଼ ଉପରେ ହୋଇଥିବା ଟେଷ୍ଟ୍‌ ରିପୋର୍ଟ ଆସିଲା : ଆଶା ଉଜ୍ୱଳ

ନୂଆଦିଲ୍ଲୀ : ଭାରତୀୟ କଂପାନୀ ଭାରତ ବାୟୋଟେକ୍‌ର କରୋନା ଭେକ୍‌ସିନ୍‌ କୋଭାକ୍ସିନ ପ୍ରସ୍ତୁତ କରିବାରେ ଲାଗି ପଡ଼ିଛି । ଏହି ଭେକ୍‌ସିନ୍‌କୁ ମାଙ୍କଡ଼ମାନଙ୍କ ଉପରେ କରାଯାଇଥିବା ପରୀକ୍ଷଣର ରିପୋର୍ଟ ଆସି ଯାଇଥିବା ଖବର ମିଳିଛି । ତେବେ ସାମୁହିକ ଭାବରେ ଭେକ୍‌ସିନ୍‌ରେ କରୋନା ଭାଇରସ୍‌ ବିପକ୍ଷରେ ମହଜୁଦ୍‌ ଥିବା ଇମ୍ୟୁନ୍‌ ସିଷ୍ଟମ୍‌ ପ୍ରାପ୍ତ ହୋଇପାରିଛି । ଏବେ କେବଳ ମାଙ୍କଡ଼ ଉପରେ କରାଯାଇଥିବା ପରୀକ୍ଷଣର ଫଳ ମିଳିଥିବା ବେଳେ ଏହାପରେ କଂପାନୀ ପରବର୍ତ୍ତୀ ପଦକ୍ଷେପର ପରୀକ୍ଷଣ ବି କରିସାରିଛି । ଭାରତରେ ମୁଖ୍ୟତଃ ୩ଟି ଭେକ୍‌ସିନ୍‌ ଉପରେ କାମ ଚାଲିଛି ଏବଂ ସରକାରଙ୍କ ବିଶ୍ୱାସ ରହିଛି ଯେ, ଏଇ ବର୍ଷ ଶେଷ ପର୍ଯ୍ୟନ୍ତ ଭେକ୍‌ସିନ୍‌ ବାହାରିଯିବ ।
ଦେଶରେ କରୋନା ଭାଇରସ୍‌ ମାମଲା ବଢ଼ି ଚାଲିଛି । ଏତିକି ବେଳେ ଚାତକ ଭଳି ସାରା ଦେଶ ଭେକ୍‌ସିନ୍‌କୁ ପ୍ରତୀକ୍ଷା କରି ରହିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଅନୁସାରେ ଶୁକ୍ରବାର ସକାଳ ୮ଟାରୁ ଶନିବାର ସକାଳ ୮ଟା ଭିତରେ ଦେଶରେ ରେକଡର଼୍ ସଂଖ୍ୟକ ୯୭,୫୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ପୂର୍ବ ଅପେକ୍ଷା ମୃତ୍ୟୁ ସଂଖ୍ୟା ବି ବଢ଼ି ବଢ଼ି ଚାଲିଛି । ଏମିତି ସମୟରେ ଭାରତ ବାୟୋଟେକ୍‌ର କରୋନା ଭେକ୍‌ସିନ୍‌ କୋଭାକ୍ସିନ୍‌ର ମାଙ୍କଡ଼ ଉପରେ ପରୀକ୍ଷଣର ସଫଳତା ଦେଶ ପାଇଁ ବିଶେଷ ଆଶା ସଂଚାର କରିଛି ।

Leave A Reply

Your email address will not be published.