ଆମ୍ବ ବିକାଳୀଙ୍କୁ କରୋନା ମାଡ଼ : କେଜି ପିଛା ୫ ଟଙ୍କା

ସଇଁନ୍ତଳା, (ଅଜିତ କୁମାର ସାହୁ) : କରୋନା ମହାମାରୀକୁ ନେଇ ସାରା ରାଜ୍ୟ ଚିନ୍ତିତ । ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଛି । ଅନ୍ୟପଟେ ଲକଡାଉନ ଯୋଗୁଁ ଗରିବ ଖଟିଖିଆ ଲୋକଙ୍କ ଉପରେ ପ୍ରଭାବିତ ହୋଇଛି । ଲକଡାଉନ ଯୋଗୁଁ ଅନେକ ନୀରିହ ଲୋକେ ଭୋକ ଉପାସରେ ଆଶ୍ରୟ ନେଇଛନ୍ତି । ଯାହା ଫଳରେ ଅନେକ ସଙ୍ଗଠନ ପକ୍ଷରୁ ମଧ୍ୟ ସହାୟତା ଯୋଗାଇଦିଆ ଯାଉଛି ହେଲେ ବର୍ତ୍ତମାନ ସମୟରେ ଲୋକେ ନିଜ ଗାଁଠାରୁ ଅନ୍ୟ ଗ୍ରାମର ଲୋକଙ୍କ ସହ ମିଳାମିଶା କରିବା ପାଇଁ ଭୟ କରୁଛନ୍ତି । ଏଭଲି ପରିସ୍ଥିତିରେ ପନୀପରିବା, ଆମ୍ବ ବିକାଳୀଙ୍କ ଉପରେ କରୋନା ମାଡ଼ ପଡ଼ିଛି । ଅନେକ ଲୋକେ ନିଜ ବିଲରେ ପନିପରିବା ଚାଷ କରୁଥିବା ବ୍ୟକ୍ତିମାନେ ଲକଡାଉନ ଯୋଗୁଁ ସମସ୍ତ ଦୋକାନ ବଜାର ବନ୍ଦ ଥିବା ବେଳେ ଵିଲରେ ପନିପରିବା ଗୁଡ଼ିକ ନଷ୍ଟ ହେଉଥିବା ଦେଖିବାକୁ ମଧ୍ୟ ମିଳିଛି । ଯାହା ଫଳରେ ଶାଗ ମାଛ ଦରରେ ବିକ୍ରି କରୁଛନ୍ତି ଲୋକେ । ଗତ ଦୁଇ ଦିନ ତଳେ କାଳବୈଶାଖୀ ଯୋଗୁଁ ଅନେକ ଲୋକଙ୍କ ପନିପରିବା କ୍ଷୟକ୍ଷତି ମଧ୍ୟ ହୋଇଛି । ଏଭଳି ସ୍ଥିତିରେ ଜୋରରେ ଘଡଘଡି ମାରିବା ସହ ପବନ ମଧ୍ୟ ବୋହିଥିଲା । ତେବେ ଗଛରେ ଥିବା ଆମ୍ବ ଗୁଡ଼ିକ ପଵନରେ ଝଡି ଯାଉଥିଲା ଯାହା ଫଳରେ ଆମ୍ବ ବିକାଳୀମାନେ କେଜି ପିଛା ୫ ଟଙ୍କାରେ ବିକ୍ରି କରୁଛନ୍ତି । ଅନେକ ଲୋକେ ଖାଇବାକୁ ମଧ୍ୟ ଭୟ କରୁଛନ୍ତି କାରଣ ଯେଉଁ ଭଳି ଭାବରେ କରୋନା ବୃଦ୍ଧି ପାଉଛି ଅନେକ ଲୋକେ ମୃତ୍ୟୁ ବରଣ ମଧ୍ୟ କରୁଛନ୍ତି । ତେବେ ବିଭିନ୍ନ ପନିପରିବା ଗୁଡିକ ଶାଗ ମାଛ ଦରରେ ବିକ୍ରି ହେଉଥିବା ବେଳେ ଲୋକଙ୍କ ଭିଡ଼ମଧ୍ୟ ଦେଖିବାକୁ ମିଳିଛି ।

Leave A Reply

Your email address will not be published.