lika

ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଗରମ ଓ ଥଣ୍ଡାପାଣି ବଣ୍ଟନ

gbag

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ପକ୍ଷରୁ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍‌ପିଟାଲରେ ଗରମ ଓ ଥଣ୍ଡାପାଣି ବିତରଣ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ବର୍ତ୍ତମାନ ପରିପ୍ରେକ୍ଷୀରେ କରୋନା ପାଇଁ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଠିକ୍‌ ସେତିକି ବେଳେ ଭୀମ ଭୋଇ ମେଡିକାଲ କଲେଜ ଏବଂ ହସ୍‌ପିଟାଲରେ ରୋଗୀଙ୍କୁ ପିଇବା ଗରମ ପାଣି ପାଇଁ ପଇସା ଦେବାକୁ ପଡୁଛି । ଏଭଳି ପରିପ୍ରେକ୍ଷୀରେ ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ନିଶୁଳ୍କ ଗରମ ପାଣି ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନେଇଛି । ଜିଲ୍ଲା ଯୁବ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଉକ୍ତ କାର୍ୟ୍ୟକ୍ରମକୁ ସିଡିଏମ୍‌ଓ ଭୀମ ସାହୁ ଉଦ୍‌ଘାଟନ କରିଥିଲେ ଓ ସଂଗଠନର ଏପରି ମହାନ କାର୍ୟ୍ୟକୁ ଭୂୟସି ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଆଗାମୀ ଦିନରେ ଏହି ଯୁବ ସଂଗଠନ ସମାଜର ମଙ୍ଗ ଧରିଲେ ସମାଜ ନିଶ୍ଚିତ ଭାବେ ବିକାଶ କ୍ଷେତ୍ରରେ ଆଗେଇବ ବୋଲି ମତ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ କୌସ୍ତବ ସାହୁ, ବିଶ୍ୱନାଥ ବିଶ୍ୱାଲ, ସୁଧିର ପଧାନ, ଲିଙ୍ଗରାଜ ଭୋଇ, ଦୈତାରୀ ସାହୁ, ପ୍ରକାଶ ସାହୁ, ଆଶିଷ ବେହେରା, କେଶବ ବିଶ୍ୱାଲ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ, ଦେବାଶିଷ ପ୍ରଧାନ, ଅଭିଜିତ ଗଡତ୍ୟା, ଚନ୍ଦ୍ର ସାହୁ, ଆଶିଷ ବିଶ୍ୱାଲ, ପଦ୍ମ ପଧାନ, ସୁବୋଧ ବିଶ୍ୱାଲ, ସନ୍ତୋଷ ସାହୁ, ସମେତ ଜିଲ୍ଲାର ବିଭିନ୍ନ ବ୍ଲକର କର୍ମକର୍ତ୍ତା ଯୋଗଦାନ କରିଥିଲେ ।

babaa
Leave A Reply

Your email address will not be published.