oom

ନରହନ୍ତା ଦନ୍ତାକୁ ଆୟତ୍ତ ପାଇଁ କେଶରୀୟା ହିନ୍ଦୁ ବାହିନୀର ଦାବୀ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କେଶରୀୟା ହିନ୍ଦୁ ବାହିନୀ ତରଫରୁ ବଲାଙ୍ଗିର ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କୁ ଏକ ନରହନ୍ତା ଦନ୍ତା ହାତୀକୁ ଆୟତ୍ତ କରିବା ନେଇ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ହାତୀ ଟି ବିଗତ ଦୁଇ ସପ୍ତାହ ଧରି ବରଗଡ, ସୋନପୁର ଓ ବଲାଙ୍ଗିର ଜିଲାର ଅନେକ ନିରୀହ ଲୋକଙ୍କ ପ୍ରାଣ ନେଇସାରିଲାଣି । ଖବର ଅନୁଯାୟୀ ବରଗଡ଼ ଜିଲ୍ଲା ଗାଇସିଲେଟ ଅଞ୍ଚଳରେ ତିନି ଜଣ, ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅଞ୍ଚଳରେ ଚାରି ଜଣ ଏବଂ ଲୋଇସିଂହା ବ୍ଲକ ଦର୍ଲିପାଲି ଗାଁରେ ଜଣେ ନରହନ୍ତା ଦନ୍ତା ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଥିବା ବେଳେ ଗତକାଲି ସୋନପୁର ଜିଲ୍ଲା ମାଟିଆପାଲି ଗ୍ରାମରେ ମଧ୍ୟ ଜଣଙ୍କୁ ହତ୍ୟା କରିଛି ନରହନ୍ତା ଦନ୍ତା । ତେବେ ଏହାକୁ ନେଇ ଅଞ୍ଚଳର ବନ ବିଭାଗ ଅଧିକାରୀଙ୍କୁ ବାରମ୍ବାରନରହନ୍ତା ଦନ୍ତା ବିଷୟରେ ଅବଗତ କରାଗଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନାହାନ୍ତି ଏବଂ ହାସ୍ୟାସ୍ପଦ ପ୍ରତିକ୍ରିୟା ଦେଉଛନ୍ତି । ଏଣୁ ଆଜି ବଲାଙ୍ଗିର ଜିଲ୍ଲା କେଶରୀୟା ହିନ୍ଦୁ ବାହିନୀ ପ୍ରଦେଶ ମହାମନ୍ତ୍ରୀ ସନ୍ତୋଷ କୁମାର ଭୋଳଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କୁ ଭେଟି ହାତୀର ଦୌରାତ୍ମ ବିଷୟରେ ବର୍ଣ୍ଣନା କରିବା ସହ ଟ୍ରାଙ୍କୁଲାଇଜର ଲଗାଇ ଶୀଘ୍ର କେମିତି ହାତୀକୁ କାବୁ କରି ଅନ୍ୟତ୍ର ସ୍ଥାନାନ୍ତର କରାଯାଇପାରିବ ସେଥିପାଇଁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିବା ସହ ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ମଧ୍ୟ ଦାବୀ କରାଯାଇଛି । ଯଥାଶୀଘ୍ର ଦାବୀ ପୂରଣ କରା ନ ଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ସହ ତୀବ୍ର ଆନ୍ଦୋଳନ କରାଯିବ ବୋଲି କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗିର ଜିଲ୍ଲା ତରଫରୁ କୁହାଯାଇଛି ।

jittmm
Leave A Reply

Your email address will not be published.