csstore

ଉପରଝରରେ କରୋନା ସଚେତନତାରେ ଲାଗିଲେ ଯୁବ ସଙ୍ଗଠନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ଗାଁରେ ଲୋକମାନଙ୍କୁ ବର୍ତ୍ତମାନ ସମୟରେ କରୋନା ମହାମାରୀରୁ ନିଜ ଜୀବନକୁ ବଞ୍ଚାଇବା ସହ ମାନବ ଜାତିକୁ ବଞ୍ଚାଇବା ପାଇଁ ଭିନ୍ନ ଭିନ୍ନ ପ୍ରକାରରେ ଲୋକଙ୍କୁ ସଚେତନ କରାଉଥିବା ଦେଖିବାକୁ ମିଳିଛି । ଏହି ଉପରଝର ଯୁବ ସଙ୍ଗଠନର ସଭାପତି ବିକାଶ ବିଶ୍ୱାଳ ଓ ସମ୍ପାଦକ ରମେଶ ମହାପାତ୍ରଙ୍କ ସହ ଆଲୋକ ପଧାନ, ପଞ୍ଚାନନ ପଧାନ, ସୋନୁ ସାହୁ, ଉଜ୍ଜଳ ପଧାନ, ପିଣ୍ଟୁ ପଧାନ, ରୋହିତ ମହାପାତ୍ର, ବାସୁଦେବ ପଧାନ, ରଞ୍ଜିତ ପଧାନ, ନମରଞ୍ଜନ ପଧାନ, ରିଙ୍କୁ ବିଶ୍ଵାଳ, ଜୟଶଙ୍କର ମେହେର, ବୁଦ୍ଧଦେବ ସାହୁ, ସଂଗ୍ରାମ ବିଶ୍ୱାଳ, ସତ୍ୟବନ୍ତ ବେହେରା ଓ ଅନ୍ୟ କର୍ମକର୍ତ୍ତାମାନେ ସଚେତନତା ସୃଷ୍ଟି କରିବା ସହ ଅତ୍ୟାବଶ୍ୟକ ଥିଲେ ବାହାରକୁ ବାହାରିବା ପାଇଁ ଲୋକଙ୍କୁ ବୁଝାଉଛନ୍ତି ଏବଂ ଅନ୍ୟ ଗ୍ରାମରୁ ମେଡିକାଲ ଭଳି ଅତ୍ୟନ୍ତ ଜରୁରୀ କାମରେ ଆସୁଥିବା ଲୋକମାନଙ୍କୁ ସାନିଟାଇଜର୍ ଦେଇ ସାମାଜିକ ଦୂରତା ରଖି ଗାଁକୁ ପ୍ରବେଶ କରିବା ପାଇଁ ପରାମର୍ଶ ଦେଉଥିବାର ଦେଖିବାକୁ ମିଳିଛି ।

jayashree
Leave A Reply

Your email address will not be published.