jsm

କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେ ନରସିଂହ : କୋଭିଡ ନିୟମ ମାନି ଚଳିବାକୁ ଲୋକଙ୍କୁ କଲେ ଅନୁରୋଧ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସ୍ତପ୍ତାହେ ପୁର୍ବରୁ ସେ କରୋନାରେ ସଂକ୍ରମିତ ହୋଇ ଭୁବନେଶ୍ୱର ଯାଇ ଏକ ଘରୋଇ ଡାକ୍ତରଖାନାରେ ଚିକତ୍ସିତ ହେଉଥିଲେ । ଦୀର୍ଘ ଏକ ସପ୍ତାହ ଚିକତ୍ସିତ ହେବା ପରେ ସୁସ୍ଥ ହୋଇ ସେ ଭୁବନେଶ୍ୱର ସ୍ଥିତ ବାସ ଭବନକୁ ଫେରିଛନ୍ତି । କୋଭିଡ ଗାଇଡ ଲାଇନ ତଥା ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଭୁବନେଶ୍ୱର ସ୍ଥିତ ନିଜ ସରକାରୀ ବାସଭବନରେ ସଙ୍ଗରୋଧରେ ରହିବେ ବୋଲି କହିଛନ୍ତି । ନିଜ ପ୍ରତିକ୍ରିୟାରେ ସେ କରୋନାର ଦ୍ୱିତୀୟ ଲହର ପ୍ରତି ଜନସାଧାରଣ ବହୁତ ସଚେତନ ଓ ସତର୍କ ରୁହନ୍ତୁ । ଅତି ଜରୁରୀ ନହେଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ । ମାସ୍କ ବ୍ୟବହାର କରନ୍ତୁ, ସାବୁନରେ ବାରମ୍ବାର ହାତ ଧୁଅନ୍ତୁ, ସେନିଟାଇଜର ବ୍ୟବହାର କରନ୍ତୁ ଏବଂ ସରକାର ତଥା ଜିଲ୍ଲା ପ୍ରଶାସନ କରୋନା ସଂକରମଣରୁ ବର୍ତ୍ତିବା ପାଇଁ ଲାଗୁ କରିଥିବା ବିଭିନ୍ନ କଟକଣାକୁ ଠିକ ହିସାବରେ ପାଳନ କରନ୍ତୁ ବୋଲି ଶ୍ରୀ ମିଶ୍ର ନିବେଦନ କରିଛନ୍ତି ।

yuvodaya
Leave A Reply

Your email address will not be published.