jsm

କରୋନା ମୁକାବିଲା ପାଇଁ କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ଦାବୀପତ୍ର ପ୍ରଦାନ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ବଲାଙ୍ଗିର ଜିଲ୍ଲା କେଶରୀୟା ହିନ୍ଦୁ ବାହିନୀ ତରଫରୁ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଜିଲ୍ଲାର ଆରକ୍ଷୀ ଅଧିକ୍ଷକ, ଭୀମ ଭୋଇ ମେଡିକାଲ କଲେଜର ଅଧିକ୍ଷକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ବଲାଙ୍ଗିର ପୌର ନିର୍ବାହୀ ଅଧିକାରୀଙ୍କ ସହିତ ସାକ୍ଷାତ କାର୍ଯ୍ୟକ୍ରମ କରାଯିବା ସହ ଜିଲ୍ଲାରେ କିପରି କରୋନା ପ୍ରକୋପକୁ ରୋକି ହେବ ସେ ନେଇ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ହାର କେମିତି କମା ଯାଇପାରିବ, ଅକ୍ସିଜେନର ଅଭାବକୁ କେମିତି ରୋକାଯାଇ ପାରିବ ଓ ଜିଲ୍ଲାର ସଦର ମହକୁମାରେ ପ୍ରତି ସପ୍ତାହକୁ କେମିତି ୨ ଥର ସାନିଟାଇଜ କରାହେବ ଏବଂ ଜିଲ୍ଲା ସଦର ମେଡିକାଲରେ ଥିବା ଆହାର କେନ୍ଦ୍ରରେ ରବିବାର ମଧ୍ୟ କେମିତି ଖାଇବା ବ୍ୟବସ୍ଥା କରାଯାଇ ପାରିବ, ସେ ନେଇ ଦାବୀ ପତ୍ର ପ୍ରଦାନ କରାଯାଇଥିବା କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଦେଶ ମହାମନ୍ତ୍ରୀ ସନ୍ତୋଷ କୁମାର ଭୋଳ, ବଲାଙ୍ଗିର ଜିଲ୍ଲା ସଭାପତି ପ୍ରଦୀପ କୁମାର ତ୍ରିପାଠୀ, ବରିଷ୍ଠ ଉପାଧକ୍ଷ ଶଙ୍କର୍ଷଣ ଆଚାର୍ୟ୍ୟ, ଜିଲ୍ଲା ଯୁବ ବାହିନୀ ଅଧକ୍ଷ ଆଲୋକ ନାଥ ପଣ୍ଡା, ଜିଲ୍ଲାର ପ୍ରବକ୍ତା ଦେବାନନ୍ଦ ନାୟକ, ନଗର ସଭାପତି ସନ୍ତୋଷ ସାହୁ, ପ୍ରଦୀପ ସାହୁ, ବୁଲୁ ପରଢିଆ, ଅଶୋକ ସିଂ, ରାଜୁ ନାଏକ ଓ ଶୈଳେନ୍ଦ୍ର ନାୟକ ଆଦିଙ୍କ ଉପସ୍ଥିତିରେ ଦାବୀପତ୍ର ପ୍ରଦାନ କରାଯାଇଥିଲା ।

yuvodaya
Leave A Reply

Your email address will not be published.