ବୀର ସାବରକର ଯୁବକ ସଂଘ ପକ୍ଷରୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଂପ୍ରତି ଦ୍ୱିତୀୟ ଲହର କରୋନା ମହାମାରୀରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲରେ କରୋନା ତାର କାୟା ବିସ୍ତାର ପ୍ରବଳରୁ ପ୍ରବଳତର ଭାବେ କରିବାରେ ଲାଗିଛି କ୍ଷ ହେଲେ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିର୍ଭର କରୁଥିବା ସରାଇକେଲା ଗ୍ରାମ ପଞ୍ଚାୟତ, ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ, ଟେମରୀ ଗ୍ରାମପଞ୍ଚାୟତ, ବାଦିକଟା ଗ୍ରାମପଞ୍ଚାୟତ ଏବଂ ଛତିଶଗଡ଼ ସୀମାକୁ ଲାଗିଥିବା ଚର୍ଦାପାଲି ଗ୍ରାମ ପଞ୍ଚାୟତର ଅଧିବାସୀଙ୍କୁ ସରକାର ଉପେକ୍ଷା କରୁଥିବା ଅଭିଯୋଗ ହେଉଛି । କାରଣ ଏଠାରେ ଏତେ ବିକଟାଳ ଭାବେ ହୁତୁହୁତୁ ହୋଇ ମାଡି ଚାଲିଥିବା କରୋନା ସଂକ୍ରମିତଙ୍କ ପାଇଁ ବୁକୁରାମୁଣ୍ଡା ଡାକ୍ତରଖାନାରେ କରୋନା ଟେଷ୍ଟର ସୁବିଧା ନାହିଁ । ଯଦ୍ୱାରା ଅଜଣା ଭାବେ ଅନେକ ରୋଗୀ ମୃତ୍ୟୁ ମୁଖର ଶିକାର ହେଲେଣି । ଏ ଅଞ୍ଚଳର ମୁଖ୍ୟ ଡାକ୍ତରଖାନା ଭାବେ ପରିଚିତ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଜିଲ୍ଲା ପ୍ରଶାସନ ସଦା ସର୍ବଦା ଦେଖି ଆସୁଛନ୍ତି । ଏଭଳି ସଙ୍କଟାପନ୍ନ ପରିସ୍ଥିତିରେ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପର୍ୟ୍ୟାପ୍ତ ପରିମାଣରେ କୋଭିଡ ଟେଷ୍ଟ କିଟ୍ ଯୋଗାଇ ଅତିଶୀଘ୍ର ଅଗଣିତ ଜନସାଧାରଣଙ୍କ ବହୁମୂଲ୍ୟ ଜୀବନକୁ ବଞ୍ଚାଇବାରେ ସହାୟକ ହୁଅନ୍ତୁ ବୋଲି ବୁକୁରାମୁଣ୍ଡା ସି.ଏଚ.ସି ମେଡିକାଲ ଅଫିସରଙ୍କ ଜରିଆରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ର ପ୍ରଦାନ ସମୟରେ ବୀର ସାବରକର ଯୁବକ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.