pr

ନାରୀ ଶକ୍ତି ସଂଗଠନ ତରଫରୁ କରୋନା ସଚେତନତା

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କଂସାରୀ ପଡା ସ୍ଥିତ ଆଶ୍ରୟ ସ୍ଥଳୀ ଠାରେ ନାରୀ ଶକ୍ତି ସଂଗଠନର କର୍ମକର୍ତ୍ତା ମାନେ ଏକତ୍ରିତ ହୋଇ ସାମାଜିକ ଦୂରତା ସହ କରୋନାର ନିୟମ ଅନୁପାଳନ କରି ସେଠାରେ ଥିବା ଅନ୍ତେବାସୀମାନଙ୍କୁ କୋରନାର ସଂକ୍ରମଣ ଉପରେ ସଚେତନ କରାଇବା ସହ ପରିମଳ ରହିବା ପାଇଁ ଅତ୍ୟାବଶକ କିଛି ସାମଗ୍ରୀ ତଥା ସର୍ପ, ସାବୁନ, ଶାମ୍ପୁ, ମାସ୍କ ଇତ୍ୟାଦି ପ୍ରଦାନ କରିଥିଲେ । କରୋନାର ସଚେତନତା ସମସ୍ତଙ୍କ ପାଇଁ ଆବଶ୍ୟକ ଏବଂ ନାରୀ ଶକ୍ତି ସଂଗଠନ ସର୍ବଦା ସମସ୍ତ ସାହାଯ୍ୟ ପାଇଁ ଉପସ୍ଥିତ ବୋଲି ସଂଗଠନ ତରଫରୁ କୁହାଯାଇଛି । ଏଥିରେ ସଭାପତି ସରିତା ଦାସ, ଉପସଭାପତି ସନ୍ତୋଷିନୀ ବେହେରା, ସମ୍ପାଦିକା ନୂତନ ଦାସ, ସଂଯୁକ୍ତ ସମ୍ପାଦିକା ପ୍ରିୟଙ୍କା ତ୍ରିପାଠୀ, ଜଗଦମ୍ବା ନାଏକ, ସୁନିତା ନାଏକ, ଆରତି ବେଜ୍‌, ରେବତୀ ଷାଣ୍ଢ, ପରିଜାତ ଡାଙ୍ଗ ପ୍ରମୁଖ ଯୋଗଦାନ କରିଥିଲେ ।

nrusinghnath
Leave A Reply

Your email address will not be published.