ଯୁବ ସାମ୍ବାଦିକ ଅମ୍‌ଜଦ୍‌ ବାଦ୍‌ସା’ ଚାଲିଗଲେ

ଝାରସୁଗୁଡ଼ା, (କେପିଏନ୍‌ଏସ୍‌) : ଯୁବ ସାମ୍ବାଦିକ ଅମ୍‌ଜଦ୍‌ ବାଦ୍‌ସା’(୩୭) କରୋନା ଯୁଦ୍ଧରେ ହାରି ଯାଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ସେ କିଛିଦିନ ତଳେ କରୋନା ସଂକ୍ରମିତ ହେବା ପରେ ରାଉରକେଲା କୋଭିଡ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ରହିଥିବା ବେଳେ ଆଜି ଅପରାହ୍ନ ୪ଟା ୩୦ମି. ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ତାଙ୍କ ବିୟୋଗରେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି । ରେମେଣ୍ଡାର ସୁନାମଧନ୍ୟ କବି ଗଉନ୍ତିଆ ଜମିଉଲ୍ଲା ଖାଁଙ୍କ ପୁତ୍ର ଅମ୍‌ଜଦ୍‌ ଜଣେ ଯୁବ ସାମ୍ବାଦିକ ଭାବରେ ସାରା ଓଡ଼ିଶାରେ ବେଶ୍‌ ଜଣାଶୁଣା ଥିଲେ ।

Leave A Reply

Your email address will not be published.