କରୋନା ସଂକ୍ରମଣରେ ପାକିସ୍ତାନରେ ହାହାକାର : ମୃତ୍ୟୁ ସଂଖ୍ୟା ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଲା

ଇସଲାମାବାଦ : ପାକିସ୍ତାନରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭୂତାଣୁ ସଂକ୍ରମଣରେ ୧୫୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫,୯୦୮ ଜଣ ନୂତନ ସଂକ୍ରମଣ ରିପୋର୍ଟ ହୋଇଥିବା ଜଣାଯାଇଛି । ଶନିବାର ଦିନ ପାକିସ୍ତାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ସଂକ୍ରମଣରେ ମୃତ୍ୟୁର ଗୋଟିଏ ଦିନ ପାଇଁ ଏହି ସଂଖ୍ୟା ଗତ ବର୍ଷଠାରୁ ମଧ୍ୟ ସର୍ବାଧିକ । ପାକିସ୍ତାନରେ କରୋନା ସଂକ୍ରମଣ ହେତୁ ଏପର୍ୟ୍ୟନ୍ତ ୧୬,୯୯୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୋଟ ମାମଲା ୭,୯୦,୦୧୬ ରେ ପହଞ୍ଚିଛି । ମନ୍ତ୍ରଣାଳୟ କହିଛି, ବର୍ତ୍ତମାନ ପର୍ୟ୍ୟନ୍ତ ପାକିସ୍ତାନରେ ୬,୮୬,୪୮୮ ଲୋକ ସୁସ୍ଥ ହୋଇଛନ୍ତି । ଦେଶରେ ୮୬,୫୨୯ ଲୋକ ଏବେ ବି ସଂକ୍ରମଣର ଶିକାର ହୋଇଛନ୍ତି ।

Leave A Reply

Your email address will not be published.