jsm

ମାଡପଟିକୁ ନେଇ ଗାଇସିଲେଟ ଥାନାରେ ଏତଲା

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅନ୍ତର୍ଗତ ଡଙ୍ଗରମୁଣ୍ତା ଗ୍ରାମର ଡୋଲାମଣି ମେହେର (୪୭) ଗାଇସିଲେଟ ଥାନାରେ ମାଡପିଟକୁ ନେଇ ଏକ ମାମଲା ଦାଏର କରିଛନ୍ତି । ସୂଚନା ଅନୁସାରେ ଡୋଲାମଣି ତାଙ୍କର ନିଜର ଜମିକୁ ଦାନ ଦେଇ ଦାନଦିଆ ଜମି ଉପରେ ଏକ ମହିମା ମଠ ନିର୍ମାଣ କରିବା ପାଇଁ କେତେକ ମହିମା ଯୋଗୀ ସନ୍ୟାସୀମାନଙ୍କୁ ନିମନ୍ତ୍ରଣ କରି ଶୁକ୍ରବାର ଦିନ ତାଙ୍କ ଘର ସମ୍ମୁଖରେ ଏକ ମହିମା ଯଜ୍ଞର ଆୟୋଜନ କରିଥିଲେ । ଏହି ଯଜ୍ଞରେ ଗ୍ରାମର ଅନେକ ଲୋକ ତଥା ଅନେକ ମହିମା ଯୋଗୀ ଆସି ସାମିଲ ହୋଇଥିଲେ । କିନ୍ତୁ କୌଣସି କାରଣ ନଥାଇ ଗ୍ରାମର ଠକ ବେହେରା, ପରମେଶ୍ୱର ବେହେରା, ସୁଶୀଲ କୁମାର ବେହେରା ଓ ସୂର୍ଣ୍ଣଲତା ବେହେରା ଏହି କାର୍ୟ୍ୟକ୍ରମକୁ ବିରୋଧ କରି ତାଙ୍କୁ ଅତର୍କିତ ଭାବରେ ଆକ୍ରମଣ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଓ ମାଡ ମାରିଥିଲେ ବୋଲି ଅଭିଯୋଗ ଆଣିଛନ୍ତି । ପରେ ସେ ଆମ୍ବୁଲାନ୍ସ ଯୋଗେ ପଦ୍ମପୁର ଡାକ୍ତରଖାନାକୁ ଆସି ଚିକିତ୍ସିତ ହୋଇଥିଲେ । ଚିକିତ୍ସିତ ହୋଇ ଗାଇସିଲେଟ ଥାନାକୁ ଯାଇ ଲିଖିତ ଆକାରରେ ଅଭିଯୋଗ ଆଣି ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସକାଶେ ମାମଲା ଦାଏର କରିଛନ୍ତି । ପୋଲିସ ଏହି ସଂକ୍ରାନ୍ତରେ ତଦନ୍ତ ଜାରି ରଖିଛନ୍ତି ।

yuvodaya
Leave A Reply

Your email address will not be published.