jsm

ମାନବିକତାର ଉଦାହରଣ : ହାତ ବଢାଇଲେ ସାମାଜିକକର୍ମୀ, ଫେରୁଛି ଚୁମ୍‌କିର ଶବ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜୀବନ ବଞ୍ଚାଉଥିବା ଡାକ୍ତର ତଥା ଡାକ୍ତରଖାନା ସାମନ୍ୟ କିଛି ପାଇସା ପାଇଁ ଶବକୁ ମଧ୍ୟ ବନ୍ଧା ରଖିବାରେ ପଛାଉ ନଥିବା ବେଳେ କିଛି ସମାଜିକ କର୍ମୀ କିଭଳି ଦେବଦୂତ ସାଜି ସାହାଯ୍ୟର ହାତ ବଢାନ୍ତି, ଆଜି ତାର ଏକ ବିଶେଷ ଉଦାହରଣ ଦେଖିବାକୁ ମିଳିଛି । ଜନମାନସରେ ମାନବିକତାର ଅମୂଲ୍ୟ ନିଦର୍ଶନ ପ୍ରସ୍ତୁତ ହୋଇଛି ଆଜି । ଦାଦନ ଖଟିବାକୁ ଯାଇ ପ୍ରସବ ଯନ୍ତ୍ରଣାରେ ଜୀବନ ହରାଇଥିଲା ଚୁମ୍‌କି ବାଗ । ପଇସା ଅଭାବରୁ ବିଶାଖାପାଟଣାର ଏକ ନର୍ସିଂ ହୋମରେ କେବଳ ୩୫ ହଜାର ଟଙ୍କା ପାଇଁ ତା’ ଶବ ବନ୍ଧା ପଡିଥିଲା । କିଛି ସହୃଦୟ ସାମାଜିକ କର୍ମୀଙ୍କ ଉଦ୍ୟମ କ୍ରମେ ଆଜି ଚୁମ୍‌କିର ଶବ ତା’ ଘର ମୁରିବାହାଲ ବ୍ଲକର ବାରବନ୍ଧ ଗାଁକୁ ଫେରୁଥିବା ଖବର ମିଳିଛି ।

ଚୁମୁକି ବାଗ ନିଜ ପତି ରୋହିତ ବାଗଙ୍କ ସହିତ ହାଇଦ୍ରାବାଦ ଦାଦନ ଖଟିବାକୁ ଯାଇଥିଲ। । ପ୍ରସୁତି ସମୟ ଆସିବାରୁ ଉଭୟ ଦମ୍ପତ୍ତି ଘରକୁ ଫେରୁଥିଲେ । ବିଶାଖାପାଟଣା ଠାରେ ଚୁମକିଙ୍କୁ ହଠାତ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଯନ୍ତ୍ରଣା ସହି ନପାରିବାରୁ ତାଙ୍କୁ ବିଶାଖାପାଟଣା ସ୍ଥିତ ଏକ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା । କିନ୍ତୁ କିଛି ସମୟରେ ତାଙ୍କର ମୃତ୍ୟୁ ହୋଯାଇଥିଲା । ନର୍ସିଂହୋମ ଖର୍ଚ୍ଚ ବାବଦକୁ ୩୫ହଜାର ଟଙ୍କା ନଦେବାରୁ ଚୁମକି ର ନର୍ସିଂହୋମରେ ବନ୍ଧା ପଡିଥିଲା । ଖବର ମିଳିବା ପରେ ଦାରିଦ୍ର୍ୟର ତାଡନାରେ ମୃତ୍ୟୁବରଣ କରିଥିବା ଚୁମ୍‌କିର ଶବକୁ ବଲାଙ୍ଗିର ନିଜର ଭିଟାମାଟିକୁ ଆଣିବା ପାଇଁ ସମାଜିକକର୍ମୀ ସୁଷମା ବଏ ପ୍ରଶାସନକୁ ବାରମ୍ବାର ଅନୁରୋଧ କରିଥିଲେ । କିନ୍ତୁ କୌଣସି ଫଳ ମିଳିଲା ନାହିଁ । ଏହି ସମୟରେ ସାମାଜିକ କର୍ମୀ ଯୁଗଲାଲ ନନ୍ଦ ରାଷ୍ଟ୍ରୀୟ ଦଳିତ ମହାସଭା ନୂଆଁଦିଲ୍ଲୀ ଓଡିଶା ଶାଖାର ସଭାପତି ମିଳନ ଦାସଙ୍କୁ ଯୋଗାଯୋଗ କରିଥିଲେ । ମିଲନ ଦାସ ଶବ ଗାଁକୁ କିପରି ଆସିବ ପ୍ରୟାସ ଜାରି ରଖିଲେ । ଚୁମ୍‌କିର ଶବକୁ ନର୍ସିଂହୋମରୁ ଛାଡାଇବା ପାଇଁ ନେସନାଲ ଦଲିତ ହ୍ୟୁମାନ ରାଇଟ୍‌ସ୍‌ର କାର୍ୟ୍ୟକର୍ତ୍ତା ତଥା ସାମଜିକ କର୍ମୀ ଷ୍ଟାଲିନ ସହାୟତାର ହାତ ବଢାଇଲେ । ଦୁଇ ଦିନର ପ୍ରଚେଷ୍ଟା ପରେ ଚୁମକିର ଚିକିତ୍‌ତ୍ସା ଖର୍ଚ୍ଚ ମାଫ୍‌ କରାଇବାରେ ସେ ସଫଳ ହୋଇଥିଲେ । ପରେ ଶ୍ରୀ ଷ୍ଟାଲିନ ନିଜ ପକେଟରୁ ଆମ୍ବୁଲାନ୍ସର ଭଡା ବାବଦକୁ ୩୦୦୦୦ଏବଂ ଚୁମକିର ସ୍ୱାମୀକୁ ବାଟ ଖର୍ଚ୍ଚ ବାବଦରେ ୫ ହଜାର ଟଙ୍କା ସହାୟତା ପ୍ରଦାନ କଲେ । ଫଳରେ ଆଜି ସନ୍ଧ୍ୟାରେ ଚୁମକିର ଶବ ନିଜ ଭିଟାମାଟି ଅଭିମୁଖେ ବାହରିଥିବା ସୂଚନା ରହିଛି ।

yuvodaya
Leave A Reply

Your email address will not be published.