jayashree

ରକ୍ତ ରଞ୍ଜିତ ହେଲା ଘୁନସର ଚଣ୍ଡୀ ପୀଠ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଘୁନସର ଗାଁରେ ପାରମ୍ପାରିକ ରୀତିନୀତି ଅନୁସାରେ ରକ୍ତ ରଞ୍ଜିତ ହେଲା ଚଣ୍ଡୀ ପୀଠ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି ଏହି ଯାତ୍ରା ପାଳନ କରାଯାଇଥିଲା । ମାନସିକଧାରୀ ମାନେ ବୋଦା, କୁକୁଡା, ନଡିଆ ଆଦି ଆଣି ମା’ଙ୍କ ଠାରେ ସର୍ମପଣ କରିଥିବା ବେଳେ ମା’ ଚଣ୍ଡୀ ବରୁଆ ଯୁଜେଷ୍ଟି ଗହିରଙ୍କ ଦେହରେ ଆର୍ବିଭାବ ହୋଇଥିଲେ । ମା’ଙ୍କ ପୀଠାସୀନ ହେବା ପରେ ଗାଁର ପାରମ୍ପାରିକ ଦେବୀ ପୂଜକ ପ୍ରଭାକର ମାଝୀ, ଘୁନସର ଗାଁର ଉମରା ମେଘନାଦ ସିଂ ମାଝୀଙ୍କ ଦ୍ୱାରା ମୁଖ୍ୟ ପୁଜାର୍ଚ୍ଚନା କରାଯିବା ପରେ ଚଣ୍ଡୀ ପୀଠରେ ବଳି ଦିଆଯାଇଥିଲା । ତେବେ ପ୍ରତ୍ୟେକ ବର୍ଷ ମାନସିକ କରିଥିବା ଲୋକେ ତାଙ୍କ ମାନସିକ ପୂରଣ ହେବା ପରେ ମା’ଙ୍କ ଠାରେ ମାନସିକ ମୁତାବକ ବଳି ଅର୍ପଣ କରିଥାନ୍ତି । ଏଥିରେ ଗାଁର ଶତାଧିକ ଲୋକେ ସହଯୋଗ କରିଥିଲେ ।

Leave A Reply

Your email address will not be published.