ଆଜି ଦୁଇ ଯୁବ ଅଧିନାୟକଙ୍କ ମଧ୍ୟରେ ଲଢେ଼ଇ : ସଞ୍ଜୁଙ୍କ ରାଜସ୍ଥାନକୁ ଭେଟିବ ପନ୍ତଙ୍କ ଦିଲ୍ଲୀ

ମୁମ୍ବାଇ : ଗୁରୁବାର ରାଜସ୍ଥାନ ରୟାଲ୍ସ ସହିତ ଗତ ସଂସ୍କରଣର ଉପବିଜେତା ଦିଲ୍ଲୀ କ୍ୟାପିଟାଲ୍ସର ମୁକାବିଲା ହେବ । ଏଥି ସହିତ ଉଭୟ ଦଳ ନିଜ ନିଜର ଦ୍ୱିତୀୟ ମ୍ୟାଚ୍‌ରେ ଅବତୀର୍ଣ୍ଣ ହେବେ । ଭାରତୀୟ ଦଳର ଦୁଇ ୱିକେଟ୍‌ରକ୍ଷକ ସଞ୍ଜୁ ସାମ୍‌ସନ୍‌ ଏବଂ ଋଷଭ ପନ୍ତ୍‌ ଯଥାକ୍ରମେ ରାଜସ୍ଥାନ ଓ ଦିଲ୍ଲୀ ଦଳର ନେତୃ‌ତ୍ୱ ନେଉଛନ୍ତି । ଉଭୟେ ଆଇପିଏଲ୍‌ରେ ପ୍ରଥମ ଥର ଲାଗି ଚଳିତ ସଂସ୍କରଣରେ ଅଧିନାୟକ ଦାୟି‌ତ୍ୱ ତୁଲାଉଛନ୍ତି । ଅଧିନାୟକ ଭାବେ ପ୍ରଥମ ମ୍ୟାଚ୍‌ରେ ସଞ୍ଜୁ ସାମ୍‌ସନ୍‌ ଚମତ୍କାର ଶତକ ଜମାଇବା ସତ୍ତ୍ବେ ତାଙ୍କ ରାଜସ୍ଥାନ ରୟାଲ୍‌ସ ଦଳ ମାତ୍ର ୪ ରନ୍‌ରେ ପଞ୍ଜାବ କିଙ୍ଗ୍‌ସ ନିକଟରୁ ହାରି ଯାଇଥିଲା । ଅନ୍ୟପକ୍ଷରେ ଋଷଭ ପନ୍ତ୍‌ଙ୍କ ନେତୃ‌ତ୍ୱରେ ଦିଲ୍ଲୀ ତା’ର ପ୍ରଥମ ମ୍ୟାଚ୍‌କୁ ଅତି ସହଜରେ ଜିତି ଆଇପିଏଲ୍‌ ଅଭିଯାନ ଆରମ୍ଭ କରିଛି । ଏହି ଦଳ ଅନ୍ୟତମ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍‌ସକୁ ୭ ୱିକେଟ୍‌ରେ ପରାସ୍ତ କରି ମନୋବଳ ଦୃଢ଼ କରିଛି ।

Leave A Reply

Your email address will not be published.