jsm

ଚନ୍ଦନଭାଟିରେ ପୋଷ୍ୟ ସ୍କୁଲ କାର୍ଯ୍ୟକ୍ରମ : ପାଠପଢା ପାଇଁ ସମସ୍ତ ଅଭାବ ପୂରଣ କରାଯିବ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ବଲାଙ୍ଗିର ମାନ୍ୟବର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିବା ଚନ୍ଦନଭାଟି ପଞ୍ଚାୟତ ହାଇ ସ୍କୁଲରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରଷ୍କାର ବିତରଣ କରାଯାଇଛି । ସ୍କୁଲରେ ଥିବା ସମସ୍ତ ଅଭାବ ଅସୁବିଧାକୁ ନେଇ ତା ପୁର୍ବରୁ ଏକ ବୈଠକ ବସିଥିଲା । ଏହି ଅଲୋଚନା ବୈଠକରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତିତ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ସ୍ୱାଇଁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମଦତ୍ତ ଭୋଇ, ଜିଲ୍ଲା ଶିକ୍ଷା ଅଧିକାରୀ ଧୃବଚରଣ ବେହେରା, ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଘବ ପାଣିଗ୍ରାହୀ, ସ୍କୁଲ ପରିଚାଳନା କମିଟି ସଭାପତି ରାମ ପ୍ରସାଦ ମିଶ୍ର, ସରପଞ୍ଚ ମୀନାକୁମାରୀ ଭୋଇ, ବିଧାୟକଙ୍କ ଶିକ୍ଷା ପ୍ରତିନିଧି ବାମଦେବ ମିଶ୍ର ଏବଂ ସ୍କୁଲ ପ୍ରଧାନ ଶିକ୍ଷକ ତଥା ଅନ୍ୟାନ୍ୟ ଶିକ୍ଷକ ବୃନ୍ଦ ଉପସ୍ଥିତ ଥିଲେ । ବୈଠକରେ ସ୍କୁଲର ଉନ୍ନତି ପାଇଁ ପୁର୍ବରୁ ପଠାଯାଇଥିବା ପ୍ରସ୍ତାବ ଉପରେ ଅଲୋଚନା ହୋଇଥିଲା । ବିଶେଷ କରି ଅଭାବ ଥିବା ଶ୍ରେଣୀଗୃହ ନିର୍ମାଣ, ଖାଲି ପଡିଥିବା ଶିକ୍ଷକ କର୍ମଚାରୀ ପୂରଣ, ଖେଳ ପଡିଆ, ସୁରକ୍ଷା ଦୃଷ୍ଟିରୁ ସିସିଟିଭି କ୍ୟାମେରା ଓ ସ୍କୁଲ ରେ ବିଦ୍ୟୁତ ବ୍ୟବସ୍ଥା, ସଇକଲ ଷ୍ଟାଣ୍ଡ, ପାଇଖାନା ନିର୍ମାଣ, ନିୟମିତ ଭାବରେ ଅଭୀଭାବକ ଓ ପୁରାତନ ଛାତ୍ରମାନଙ୍କୁ ଡାକି ସ୍କୁଲର ଉନ୍ନତି କରିବା ପାଇଁ ବୈଠକ କରିବା ଉପରେ ଆଲୋଚନା ହୋଇଥିଲା ତା ସହିତ ସ୍କୁଲରେ ଜରାଜୀର୍ଣ୍ଣ ଭାବରେ ପଡିଥିବା କୋଠାକୁ ଭାଙ୍ଗିସେହି ଜାଗାକୁ ସ୍କୁଲ ପାଇଁ ପାଣ୍ଟି ଯୋଗଣ ଉଦ୍ଦେଶ୍ୟରେ ମାକେର୍ଟ କମ୍ପେଲକ୍ସ ଏବଁ ଉପର ମହାଲରେ ଷ୍ଟାଫ କ୍ୱାଟର ନିର୍ମାଣ ନେଇ ଆଲୋଚନା ହୋଇଥିଲା । ପରେ ଗତ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ । ପୁରସ୍କାର ପ୍ରଦାନ ଉତ୍ସବରେ ନିଜ ବକ୍ତବ୍ୟରେ ଶ୍ରୀ ମିଶ୍ର କହିଥିଲେ ଯେ, କେବଳ ଭିତ୍ତିଭୂମିର ବିକାଶ ଦ୍ୱାରା ଶିକ୍ଷାର ବିକାଶ ହୋଇ ପାରିବ ନାହିଁ । ଏଥିପାଇଁ ଆମକୁ ଦରକାର ଉତ୍ତମ ଶିକ୍ଷାଦାନ, ଛାତରଛାତ୍ରୀମାନଙ୍କ ଶୃଙ୍ଖଲିତ ଆଚରଣ ଏବଂ ଅଭିଭାବକମାନଇଙ୍କ ସହେଯାଗ । ତାହା ହେଲେ ହିଁ ଆମେ ଏହି ସ୍କୁଲକୁ ଏକ ଉନ୍ନତ ସ୍କୁଲରେ ପରିଣତ କରି ପାରିବା ଏବଂ ଛାତ୍ରଛାତ୍ରୀମାନେ ଭଲ ମଣୀଷ ହୋଇ ବାହାରିବେ । ସେ ଆହୁରି ମଧ୍ୟ କହିଥିଲେ, ସ୍କୁଲର ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷା, କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜର ଦକ୍ଷତା ପ୍ରମାଣ କରିବା ପାଇଁ କୌଣସି ଅଭାବ ରହିବ ନାହିଁ । ସମସ୍ତ ପ୍ରକାର ଅଭାବ ଅସୁବିଧାକୁ ନିଶ୍ଚୟ ପୂରଣ କରାଯିବ ବୋଲି ସେ କହିଥିଲେ । ଏହି ପରିପ୍ରେକ୍ଷୀରେ ବିଦ୍ୟାଲୟର ପୁର୍ବତନ ଶିକ୍ଷକ ଗୋପାଳ ପ୍ରସାଦ ପାଣୀଗ୍ରାହୀ, କପିଳେଶ୍ୱର ପାଣୀଗ୍ରାହୀ. ରମେଶ ଚନ୍ଦ୍ର ମେହେର, ଡା, ସତ୍ୟବ୍ରତ ମିଶ୍ରଙ୍କୁ ସମ୍ମାନୀତ କରଯାଇଥିଲା । ଶେଷରେ ପ୍ରଧାନ ଶିକ୍ଷକ ଧନ୍ୟବାଦ ଦେଇ ସଭାଶେଷ ଘୋଷଣା କରିଥିଲେ ।

yuvodaya
Leave A Reply

Your email address will not be published.