ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ : ନିଲମ୍ବିତ ହେଲେ ୬ ପୋଲିସ କର୍ମଚାରୀ

ସମ୍ବଲପୁର : କଟକ ଏସସିବିର ସର୍ଜରୀ ଓ୍ୱାର୍ଡରେ ଚିକିତ୍ସିତ ହେଉଥିବା ବେଳେ ଶନିବାର ଅର୍ଥାତ ଗତକାଲି ଡାକ୍ତରଖାନା ବେଡ୍‌ରୁ କେନ୍ଦ୍ରାପଡାର କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ଜଣାପଡିଛି । ତେବେ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏପରି ଘଟଣା ଘଟିଥିବା ଜଣାପଡ଼ିଛି । ବିଭାଗୀୟ ତଦନ୍ତ ପରେ ହାଇଦରର ସୁରକ୍ଷା ଦାୟିତ୍ୱରେ ଥିବା ୬ଜଣ ପୋଲିସ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରିଛ‌ନ୍ତି ସମ୍ବଲପୁର ଏସ୍‌ପି । ୬ଜଣ ପୋଲିସ କର୍ମଚାରୀଙ୍କ ମଧ୍ୟରୁ ଜଣେ ହାବିଲଦାର ଏବଂ ଅନ୍ୟ ୫ ଜଣ ହେଉଛନ୍ତି କନଷ୍ଟେବଳ । ଅନ୍ୟପଟେ ହାଇଦରକୁ ଧରିବା ପାଇଁ କଟକରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ସହରର ସମସ୍ତ ପ୍ରବେଶ ପଥ ସିଲ୍ କରାଯିବା ସହ ନାକାବନ୍ଦୀ କରାଯାଇ ଯାଞ୍ଚ ଜାରି ରହିଛି। କଟକ ଡିସିପିଙ୍କ ନେତୃତ୍ଵରେ ଏହି ଅପରେସନ ଜାରି ରହିଛି ।

Leave A Reply

Your email address will not be published.