csstore

ପ୍ରଶଂସନୀୟ ପଦକ୍ଷେପ : ସମାଜ ବାସନ୍ଦ ବ୍ୟକ୍ତିଙ୍କ ଶବ ସତ୍‌କାର କଲେ ଚିନ୍ତାମଣି

ଆଗଲପୁର, (କେପିଏନ୍‌ଏସ୍‌) : ଗତ ତା ୯/୦୪/୨୦୨୧ ରିଖ ଶୁକ୍ରବାର ଦିନ ସକାଳେ ଗୁହୁରିଆମୁଣ୍ଡା ଗ୍ରାମରେ ସଂକୀର୍ତନ ମାଝି ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଉକ୍ତ ମୃତ ବ୍ୟକ୍ତି ଜଣକ ଅନ୍ତର୍ଜାତୀୟ ବିବାହ କରିଥିବା ଯୋଗୁଁ ନିଜର ଜାତି ଭାଇ ତଥା ଗ୍ରାମର ଲୋକମାନେ ତାଙ୍କ ଶବ ସତ୍କାର କରିବା ପାଇଁ ପ୍ରତ୍ୟକ୍ଷ ଭାବେ ମନା କରିଥିଲେ । କିନ୍ତୁ ଘଟଣାସ୍ଥଳରେ ବୁଦୁଲା ଗ୍ରାମ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଚିନ୍ତାମଣି ଖବର ଜାଣିବା ମାତ୍ରେ ଘଟଣାସ୍ଥଳକୁ ପହଞ୍ଚି କିଛି ସମାଜସେବୀ ଲୋକ ଯଥା ସଦାନନ୍ଦ ଭଏଁସାଲ୍, ଜଗଦୀଶ ନାଏକ, ସୁବଳ ପଟିଆଙ୍କୁ ନେଇ ଶବ ସତ୍କାର କରିଥିଲେ । ଏଭଳି ଉଦାହରଣ ସୃଷ୍ଟି କରବା ଭଳି ପଦକ୍ଷେପ ପାଇଁ ସାଧାରଣରେ ପ୍ରଶଂସା କରାଯାଇଛି ।

jayashree
Leave A Reply

Your email address will not be published.