ଉପକାରାଗାରରେ ମହିଳା ବନ୍ଦିନୀଙ୍କ ମୁଥମାଡରେ ସହଅନ୍ତବାସିନୀଙ୍କ ଭାଙ୍ଗିଲା ଦାନ୍ତ : ବୌଦ୍ଧ ଆଦର୍ଶ ଥାନାରେ ମାମଲା ରୁଜ୍ଜୁ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ସ୍ଥିତ ସ୍ୱତନ୍ତ୍ର ଉପ କାରାଗାରରେ ରହୁଥିବା ୨ଜଣ ମହିଳା ବିଚାରାଧିନ ବନ୍ଦୀଙ୍କ ମଧ୍ୟରେ କଲହକୁ କେନ୍ଦ୍ରକରି ଜଣେ ମହିଳା ବନ୍ଦିନୀଙ୍କ ଦାନ୍ତ ଭାଙ୍ଗିବା ଭଳି ଏକ ଅଭାବନୀୟ ଚିତ୍ର ସମ୍ନାକୁ ଆସିଛି । ଏକଥା ପ୍ରଘଟ ହେବାପରେ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି । ଏଥି ସହିତ ବିଚାରାଧୀନ ହାଜତରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରାପ୍ତ ସୂଚନା ମତେ ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ ହୋଇ ବୌଦ୍ଧସ୍ୱତନ୍ତ୍ର ଉପକାରାଗାରରେ ମହିଳା ବିଚାରାଧିନ ବନ୍ଦୀ ଭାବେ ଥିବା ତେତ୍ରା ଖାତୁନ ଓ ସକୁନ୍ତଳା ପଟେଲ ନାମ୍ନୀ ସହ ଅନ୍ତବାସିନୀଙ୍କର କୌଣସି କଥାକୁ ନେଇ ବଚସା ହୋଇଥିଲା । କିଛି ସମୟ ପରେ ସକୁନ୍ତଳା ଠାକୁର ପୂଜା କରୁଥିବା ବେଳେ ତେତ୍ରା ଆକ୍ଷେପକରି କମେଣ୍ଟ କରିବାରୁ ଏଥିରେ ଉତକ୍ଷିପ୍ତ ହୋଇ ସକୁନ୍ତଳା ତେତ୍ରାଙ୍କୁ ଗୋଟିଏ ମୁଥମାରିବାରୁ ତାଙ୍କର ଗୋଟିଏ ଦାନ୍ତ ଭାଙ୍ଗି ଯାଇଥିଲା । ଏହହିକଥା ଜଣାପଡିବା ପରେ ଆହତ ତେତ୍ରାଙ୍କୁ ଚିକିତ୍ସା କରାଯିବା ସହ ସେ ଜେଲ ସୁପରିଟେଣ୍ଡେଣ୍ଟ୍‌ଙ୍କ ମଧ୍ୟମରେ ବୌଦ୍ଧ ଆଦର୍ଶ ଥାନାରେଏକ ଏତେଲା ଦେବାପରେ ଏତେଲାକୁ ଭିତ୍ତିକରି ବୌଦ୍ଧ ଆଦର୍ଶ ଥାନାରେ କେସ ନମ୍ବର ୯୭/୨୧ ଅନୁଯାଇ ଏକ ମାମଲା ରୁଜୁ ହୋଇଥିବା ଜଣାଯାଇଛି ।

Leave A Reply

Your email address will not be published.