ତୈଳିକ ବୈଶ୍ୟ ସମାଜର ନୂଆ କର୍ମକର୍ତ୍ତା ମନୋନୀତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଲକ କୁମ୍ଭାରୀ ପଞ୍ଚାୟତ ଅନ୍ତର୍ଗତ କାନ୍ଦୁଲସର ଠାରେ ବ୍ଲକ ସ୍ତରୀୟ ତୈଳିକ ବୈଶ୍ୟ ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ଳକ ସ୍ତରୀୟ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ଏହି ବୈଠକରେ ଜିଲ୍ଲା ସଭାପତି ଉମାକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ, ଉପସଭାପତି ଅଭୟ ସାହୁ ଓ ସାଧାରଣ ସଂପାଦକ ପ୍ରଦୀପ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବ୍ଲକ ତୈଳିକ ବୈଶ୍ୟ ସମାଜର ସଭାପତି ଭାବେ ରାଜକିଶୋର ସାହୁ, ଉପସଭାପତି ଭାବେ ପ୍ରଦୀପ ସାହୁ, ସଂପାଦକ ଅନ୍ତର୍ଯ୍ୟାମୀ ସାହୁ, ସହସଂପାଦକ ରାଜେଶ ସାହୁ, କୋଷାଧ୍ୟକ୍ଷ ରଘୁନାଥ ସାହୁ, ସାଂଗଠନିକ ସଂପାଦକ ଭାବେ ରୁଦ୍ରଧର ସାହୁଙ୍କୁ ମନୋନୀତ କରାଯାଇଥିଲା । ସେହିପରି ଉପଦେଷ୍ଟା ଭାବେ ବିବଚ୍ଛ ସାହୁ, ମହେନ୍ଦ୍ର ସାହୁ, ଲଳିତ ସାହୁ ଏବଂ କାର୍ଯ୍ୟକାରିଣୀ କମିଟିରେ ପଙ୍କଜ, ମହାୀରାଜ, ହିମାଂଚଳ, ଗୁଣମଣି, ବିଦ୍ୟାଧର, ଜଗଦୀଶ, ସୁରେନ୍ଦ୍ରଙ୍କୁ ଚୟନ କରାଯାଇଛି । ଗଣେଶ୍ୱର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ପଙ୍କଜ ସାହୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.