ହାଇପରସୋନିକ ପରୀକ୍ଷାମୂଳକ ଯାନର ସଫଳ ଉଡାଣ ପାଇଁ ଡିଆରଡିଓକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ, (ପିଆଇବି) : ହାଇପରସୋନିକ ଜେଟ ପରୀକ୍ଷାମୂଳକ ଯାନର ସଫଳ ଉଡାଣ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ)କୁ ଅଭିନନ୍ଦନ ଜଣାଇଛନ୍ତି ।
ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ହାଇପରସୋନିକ ଯାନର ଆଜିର ସଫଳ ଉଡାଣ ପାଇଁ ଡିଆରଡିଓକୁ ଅଭିନନ୍ଦନ । ଏଥିରେ ବ୍ୟବହୃତ ସ୍କ୍ରାମ ଜେଟ ଇଞ୍ଜିନ ଆମ ବୈଜ୍ଞାନିକମାନଙ୍କ ଦ୍ଵାରା ନିର୍ମିତ ହୋଇଛି ଓ ଏହା ଶବ୍ଦଠାରୁ ୬ ଗୁଣ ଅଧିକ ବେଗରେ ଗତି କରିବାର ସାମର୍ଥ୍ୟ ରଖିଛି । ଖୁବ କମ ଦେଶ ଏହା କରିବାରେ ସମର୍ଥ ହୋଇଛନ୍ତି” ।

Leave A Reply

Your email address will not be published.