jsm

ବିଶିପାଲିରେ ଭାଜପାର ମଣ୍ତଳ କାର୍ଯ୍ୟକାରିଣୀ ବୈଠକ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାଜପା ପକ୍ଷରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀର ସର୍ଗିବାହାଲ ମଣ୍ଡଳ ତରଫରୁ ମଣ୍ତଳ କାର୍ଯ୍ୟକାରିଣୀ ବୈଠକ ମଣ୍ତଳ ସଭାପତି ନିରାକାର ବରିହାଙ୍କ ସଭାପତିତ୍ୱରେ ବିଶିପାଲି ଗ୍ରାମ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୁଥ ସ୍ତରରୁ କିପରି ସଂଗଠନକୁ ମଜବୁତ କରାଯିବ ସେଥି ଲାଗି ଗୁରୁମନ୍ତ୍ର ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ଗୋବର୍ଦ୍ଧନ ଭୁଏ, ବ୍ଲକ ଅଧ୍ୟକ୍ଷ କୁମରମଣି ନାୟକ, ସର୍ଗିବାହାଲ ସରପଞ୍ଚ ପ୍ରତିନିଧି ରାଜେଶ ବହିଦାର, ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର, ଗହଲ ମହାନନ୍ଦ, ବରିଷ୍ଠ ନେତା ରାହାସ ବିହାରୀ ସାହୁ, ଲୋଚନ ବରିହା, ମଣ୍ତଳ ସାଧାରଣ ସମ୍ପାଦକ ସୁନୀଲ କୁମାର ଭୋଇ, ମାନଭଞ୍ଜନ ବେହେରା, ବରିହାପାଲି ସରପଞ୍ଚ ସତ୍ୟବାନ ପ୍ରଧାନ, ମଣ୍ତଳ ଉପ ସଭାପତି ଭରତ ମେହେର, କିରଟୀ ସେଠ, ଦେବେନ୍ଦ୍ର ସାହୁ, ମଣ୍ତଳ ସଭାପତି ଯୁବରାଜ ସାହୁ, କୃଷକ ମୋର୍ଚ୍ଚା ମଣ୍ତଳ ସଭାପତି ଲଳିତ କୁମାର ସାହୁଙ୍କ ସମେତ ମଣ୍ତଳର ଆଠଟି ଗ୍ରାମ ପଞ୍ଚାୟତ କାର୍ଯ୍ୟକର୍ତ୍ତା ସଭ୍ୟ ଯୋଗ ଦେଇଥିଲେ । ଶେଷରେ ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.