ଟୋଲଗେଟରେ ବଲାଙ୍ଗିର ନମ୍ବର ଥିବା ଗାଡିକୁ ବାଦ ଦେବାକୁ ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଘରୋଇ ବସ ମାଲିକ ସଙ୍ଘ କାର୍ୟ୍ୟାଳୟଠାରେ ସଭାପତି ହେମନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଆସନ୍ତା ଏପ୍ରିଲ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବିଛୁପାଲି ଟୋଲଗେଟରେ ବଲାଙ୍ଗିର ନମ୍ବର ଥିବା ଗାଡିକୁ ବାଦ ଦେବାକୁ ଦାବୀ ହୋଇଥିବା ବେଳେ ଟିକସ ନଦେବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

ଏନେଇ ଏକ କମିଟି ଗଠନ କରି ଜିଲ୍ଲାପାଳଙ୍କୁ ସାକ୍ଷାତ କରିବାର ନିଷ୍ପତ୍ତି ନିଆଗଲା । ବୈଠକରେ ବସ ମାଲିକ ସଂଘ, ଟ୍ରକ ମାଲିକ ସଂଘ, ବଣିଜ ସଂଘ, ଓକିଲ ସଂଘ, ଟେକ୍ସି ଏବଂ ଟେମ୍ପୁ ସଂଘ, ଏକ୍ସନ କମିଟି, ସିଟିଜନ କମିଟି ସମେତ ବହୁ ସଂଗଠନ ସାମିଲ ଥିଲେ ।

Leave A Reply

Your email address will not be published.