jayashree

ଅପ୍‌ରାଧ୍‌ ହେଇଗଲା !

ବଡ଼ା ଦୁଖର୍‌ କଥା ଆଏ । ହରି ବବା ତଲ୍‌ ଉପର୍‌ ହେଇ ଗଲେନ’ । ଫି’ ରାତି ଗୁହାଲେ ଉତ୍‌ପାତ୍‌ କରୁଛେ ବୁଲା ଷଁଢ଼଼୍‌ ପଟେ । ଗାଏ ଦାମୁର୍‌ କେ ଦେଲା କୁଁଡ଼ା, ପୁଆଲ୍‌ ସୁଧାବେ ଖାଏତା ବଏଲେ କିଛି କଥା ନେଇଁ! ମାଡ଼ି ଦଲି, ହଗି ମୁତି କେଚ୍‌କେଚା କରି ଦଉଛେ । ସକାଲୁ ଗୁହାଲ୍‌ ସଫା କଲା ବେଲ୍‌କେ ହରି ବବା ଅଥା ହେଇ ଯଉଛନ୍‌ । ଲଗାତାର୍‌ ମାସେ ହେବା ଏନ୍‌ତା ଉତ୍‌ପାତ୍‌ କରୁଛେ ହେ ଷଁଢ଼୍‌ ପଟ୍‌କ’ । ମନ୍‌ ତାକର୍‌ ଥାବେ ନେଇଁ ।

ଚାକିରୀ ନୁଁ ଉସ୍‌ତାର୍‌ ହେଲା ଉତ୍‌ରୁ ଘରର୍‌ ଗାଏ ଦାମୁର୍‌ ସେବା ଥି ବାଏ ହେଇଛନ୍‌ ହରି ବବା । ପଟ୍‌ ଆଠେ ଦଶେ ଗାଏ ଦାମୁର୍‌ ଅଛନ୍‌ । ଗାଏ ଚରୁହା ଫି’ ଦିନ୍‌ ସକାଲୁ ଗାଏ ଢିଲି ନେସି । ବେଲ୍‌ବୁଡ଼ା କେ ଗାଏ ଦାମୁର୍‌ ଢ଼ୁକ୍‌ସନ୍‌ ଗୁହାଲେ । ହେତ୍‌କେ ହରି ବବାର କାମ୍‌ । କୁଁଡ଼ା ଦାନା ସବ୍‌କୁ ଦେଇ ସାର୍‌ଲେ ଯାଏ ତାକର୍‌ ଉସ୍‌ତାର୍‌ । ଘରର୍‌ ବାରିଆଡେ଼ ଗୁହାଲ୍‌ । ଉପ୍‌ରେ ଛାଏନ୍‌ ଥିଲେ ବି ଚାର୍‌ହିଆଡେ଼ ମେଲା ହେଇଛେ । ଖୁଟାମାନ୍‌କୁ ଗାଏ ଦାମୁର୍‌ କେ ବାନ୍ଧି ଦେସନ୍‌ । ତାକର୍‌ ଗାଏ ଦାମୁର୍‌ ବି ବଡ଼ା ସୁତର୍‌ । ଯେ ଯା’ର୍‌ ଠାନେ ତୁମ୍‌ ପଡ଼ି ଖାଏସନ୍‌, ଶୁଇସନ୍‌ । ହେଲେ ମାସେ ମେତାନ୍‌ ହେବା ବୁଲା ଷଁଢ଼୍‌ ପଟେ ସୋର୍‌ ଧରିଛେ । ଠିକ୍‌ ଅଧ୍‌ ରାତିଆ ସମୁଛେ ଗୁହାଲ୍‌ କେ ଆର୍‌ ଗାଏ ଦାମୁର୍‌ କେ ଦିଆ ହେଇଥିବାର ଦାନା କୁଁଡ଼ା, ପୁଆଲ୍‌ କେ ଅଧା ଖଉଛେ, ଅଧା କେ ଦଲି ମାଡ଼ି ଦଉଛେ । ହଦ୍‌ କରି ଦଉଛେ ଗୁହାଲ୍‌ କେ । ଖୁଟାନେ ବନ୍ଧା ହେଉଥିବାର୍‌ ଗାଏ ଦାମୁର୍‌ କେ ମାରୁଛେ ବି ।

ଦିନେ ସକାଲୁ ଗାଏ ଗେର୍‌ଲାଲା ଯେ ହରି ବବାର୍‌ ନିଦ୍‌ ଭାଙ୍ଗି ଗଲା । ତଡ଼୍‌ବଡ଼ା ତେଲ୍‌ ଉଠ୍‌ଲେ ଆର୍‌ ଠେଙ୍ଗା ଟେ ଧରି କରି ଗୁହାଲ୍‌ କେ ଧାଏଁଲେ । ହରି ବବା କେ ଦେଖୁନ୍‌ ସାଏର୍‌ ବୁଲା ଷଁଢ଼୍‌ ଲେଂଜ୍‌ ଟେକି କରି ଦବ୍‌ଡ଼ିଲା । ବବା ବି ତାର୍‌ ପଛେ ପଛେ ଠେଙ୍ଗା ଉଁଚେଇ କରି ଦବ୍‌ଡ଼ାଲେ । ମଝା ଖୁଲି ଷଁଢ଼୍‌ ଦବ୍‌ଡ଼ାଲା ବେଲ୍‌ କେ ବବା ରିସ୍‌ମି ଥି ଜଜର୍‌ମାନ୍‌ ହେଇ ଯାଉଥା’ନ୍‌ ।

…… ଆଏଜ୍‌ ତତେ ନେଇଁ ଛାଡେ଼ଁ । ନିର୍‌ଧୁମ୍‌ ପିଟ୍‌ମି… । ପାପ୍‌ ଲାଗ୍‌ଲେ ଲାଗ୍‌ବା । ତୋର୍‌ ବୁଆ ମାହାଦେବ ବି ଆଏଜ୍‌ ତତେ ରକ୍ଷା ନେଇଁ କରିପାରେ ।….

ଟିକେ ନର୍‌ଧିଲା ଉତ୍‌ରୁ ଷଁଢ଼୍‌ ଠିଆ ହେଲା ଆର୍‌ ବବାର୍‌ ଆଡ଼୍‌କେ ନର୍‌ଧିଲା । ବୁଢ଼ା ଲୋକ୍‌ ବବା କେତେ ନର୍‌ଧିବେ! ମଝା ଖୁଇଲ୍‌ ଥି ବବା କେ ଟେକି କରି ଆଦ୍‌ରି ଦେଲା ଷଁଢ଼୍‌ । ଆଖେ ପାଖେ ଥିବାର୍‌ ଲୋକ୍‌ବାକ୍‌ ଧାଇଁ ଆସି କରି ଷଁଢ଼୍‌ କେ ଖେଦ୍‌ଲେ ଆର୍‌ ବବା କେ ଟେକି ନେଲେ ତାକର୍‌ ଘର୍‌କେ ।

ବବାର୍‌ ଅଁଟା ଦନ୍‌ଦନେଇ ଯଉଥାଏ । ଉଠି କରି ବସ୍‌ବାର୍‌ ମହା ମୁସ୍‌କିଲ୍‌ । ବବା କୁହୁରି ଯାଉଥ’ନ୍‌ ଆର୍‌ ବଲୁଥ’ନ୍‌ – ଅପ୍‌ରାଧ୍‌ ହେଇଗଲା । ମୋର୍‌ ଗାଲି ସହି ନେଇଁ ପାର୍‌ଲା ବୁପ୍‌ରା ଷଁଢ଼୍‌ । ତାହାକେ ତ’ ଗାଲି ଦେଲିଁ । ତାର୍‌ ସାଙ୍ଗେ ସାଙ୍ଗେ ମହାଦେବ ବାବା କେ ବି ଗାଲି ଦେଲା କେ ବିଚ୍‌ରା ଆର୍‌ ଦମ୍‌ ଧରି ନେଇଁ ପାର୍‌ଲା । ସିଧା ରୁଥି ଆଏଲା । ଅଁଟା ଟିକେ ଛାଟ୍‌ କରି ପାର୍‌ଲେ, ମହାଦେବ୍‌ ଗୁଡ଼ି କେ ଟିକେ ଯାଇ କରି ମୁଡ଼ିଆ ମାର୍‌ବାକେ ପଡ଼୍‌ବା ।

ବବାର୍‌ କଥା ଶୁନିକରି ସଭେ ମୁଲ୍‌ ମୁଲ୍‌ ହଁସୁଥାନ୍‌ ।

Leave A Reply

Your email address will not be published.