ରାସ୍ତା ମରାମତି କଲେ କୋଶଲ ସେନା

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ କୁଶମେଲ କୁମ୍ଭାରପଡା ଠାରୁ ଲଙ୍କାବାହାଲ ଗ୍ରାମକୁ ଯିବା ରାସ୍ତା ଅବସ୍ଥା ଅତି ଶୋଚନୀୟ ଅବସ୍ଥାରେ ପଡି ରହିଥିଲା । କଂକ୍ରିଟ ରାସ୍ତା ହୋଇଥିଲେ ମଧ୍ୟ ରାସ୍ତା ଉପରେ ଫୁଟେରୁ ଅଧିକ ବାଲି ଓ ମାଟି ଜମି ରହି ଖାଲ ଖମା ସୃଷ୍ଟି ହୋଇଥିଲା । ଫଳରେ ଏହି ରାସ୍ତାରେ ଯାନବାହନ ଚଳାଚଳ ନେଇ ସମସ୍ୟା ଦେଖାଦେବା ସହିତ ଆଖପାଖ ଗ୍ରାମର ଶତାଧିକ ଜନସାଧାରଣ ହଇରାଣ ହେଉଥିଲେ । ପଂଚାୟତ କର୍ତ୍ତୃପକ୍ଷ ମଧ୍ୟ ଏହି ରାସ୍ତା ପ୍ରତି କୌଣସି ଦୃଷ୍ଟି ନ ଦେବା ଯୋଗୁଁ ରାସ୍ତାର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଥିଲା କୋଶଲ ସେନା ।

ସୋମବାର ହୋଲି ଖେଳରେ ନ ମାତି ରାସ୍ତା କାମ କରିବାକୁ ପ୍ରସ୍ତାବ ଦେଇଥିଲେ କୋଶଲ ସେନାର ଉଦୀୟମାନ ବରିଷ୍ଠ ସଦସ୍ୟ କୌସ୍ତୁଭ ସାହୁ । ତାଙ୍କ ନେତୃତ୍ୱରେ ସେନାର ସଦସ୍ୟ ମାନେ ରାସ୍ତା ଉପରୁ ମାଟି ଓ ବାଲି ବାହାର କରିବା ସହିତ ରାସ୍ତାକୁ ସମତଳ କରିଥିଲେ । କୋଶଲ ସେନାର ଏତାଦୃଶ କାର୍ୟ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରି ଧନ୍ୟବାଦ ଜଣାଇଥିବା ବେଳେ ଆଗାମୀ ଦିନରେ ଏଭଳି ଜନ ହିତକର କାର୍ୟ୍ୟ ଜାରି ରହିବ ବୋଲି ସେନା ତରଫରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.