ଡ୍ୟୁଟି ସମୟରେ ମହୁମାଛି ଆକ୍ରମଣରେ କେନ୍ଦୁପତ୍ର ଫଡ଼ି ସୁପଭାଇଜରଙ୍କ ମୃତ୍ୟୁ

ବରଗଡ, (ନିରୋଜ କୁମାର ପାଣୀ) : ଅମ୍ବାଭୋନା ବ୍ଲକ ଜରିମୂଲୀ ଗ୍ରାମର ନିଳାମ୍ବର ସୁନା ବୟସ ୫୮ ଗତକାଲି ଭଟଲି ସୁଲସୁଲିୟା କେନ୍ଦୁପତ୍ର ଫଡ଼ିରେ କାର୍ୟ୍ୟ କରୁଥିବା ସମୟରେ ହଠାତ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ତେବେ ତାଙ୍କୁ ତୁରନ୍ତ ବରଗଡ଼ ମୂଖ୍ୟ ଚିକିତ୍ସା କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା କିନ୍ତୁ ଚିକିତ୍ସା ସମୟରେ ଅସହ୍ୟ ଯନ୍ତ୍ରଣା ସହ ତାଙ୍କର ମୃତ୍ୟୁ ଘଟିଥିଲା । ଏଠାରେ ସୂଚନା ଯେ ନିଳାମ୍ବର କେନ୍ଦୁପତ୍ର ଫଡ଼ିରେ ସୁପରଭାଇଜର ପଦବୀରେ କାର୍ୟ୍ୟ କରୁଥିଲେ ଏବଂ ସେ ଅମ୍ବାଭୋନା ବ୍ଲକ ବୟାଲିଶ ମୌଜା ଗଣ୍ଡା ସମାଜ ସଭାପତି ମଧ୍ୟ ଥିଲେ । ଏହି ଘଟଣାକୁ ବରଗଡ଼ ଜିଲ୍ଲା ଜଙ୍ଗଲ ବିଭାଗ ଅଧିକାରୀ ତଦନ୍ତ କରୁଛନ୍ତି । ନିଳାମ୍ବର ସୁନାଙ୍କ ଅକାଳ ବିୟୋଗ ପାଇଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଯେହେତୁ ଜଙ୍ଗଲ ବିଭାଗରେ କାର୍ୟ୍ୟ କରୁଥିଲେ ତାଙ୍କୁ ଜଙ୍ଗଲ ଏବଂ ପରିବେଶ ବିଭାଗ ତରଫରୁ ମୃତ୍ୟୁ ଜନିତ ସରକାରୀ ଆର୍ଥିକ ସହାୟତା ଯୋଗେଇଦେବା ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.