ଉଚ୍ଚଶିକ୍ଷା ବିଭାଗ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ୨ ଜଣଙ୍କୁ ନିଯୁକ୍ତି ଦେଲା

ଭୁବନେଶ୍ୱର : ୨ ଜଣଙ୍କୁ କାର୍ୟ୍ୟନିର୍ବାହୀ ସଦସ୍ୟ ଭାବେ ନିଯୁକ୍ତି ପ୍ରଦାନ କରିଛି ଉଚ୍ଚଶିକ୍ଷା ବିଭାଗ । ଡକ୍ଟର ଅତନୁ ପତି ଓ ଡକ୍ଟର ସୁସ୍ମିତ ପ୍ରସାଦ ପାଣିଙ୍କୁ କାର୍ୟ୍ୟନିର୍ବାହୀ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି । ଏମାନେ ନିଯୁକ୍ତି ତାରିଖ ଠାରୁ ୬ ବର୍ଷ ଯାଏଁ ଅଥବା ୭୦ ବର୍ଷ ବୟସ ହେବା ଯାଏ କାର୍ୟ୍ୟ କରିବେ । ଉଭୟଙ୍କୁ ଭତ୍ତା ବାଦ୍ ମାସିକ ୧ ଲକ୍ଷ ଟଙ୍କା ଲେଖାଏଁ ଦରମା ମିଳିବ । ଏହାଛଡ଼ା ସରକାରୀ ଗାଡ଼ି ସୁବିଧା ମଧ୍ୟ ଯୋଗାଇ ଦିଆଯିବ । ଏନେଇ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି ।

Leave A Reply

Your email address will not be published.