ଓସିଏ ଭିଜନ ୨୦୨୪ : ୟଙ୍ଗ ଷ୍ଟୁଡେଣ୍ଟ ଏକାଡେମୀ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ଆୟୋଜିତ ଓସିଏ ଭିଜନ ୨୦୨୪ର ସିନିଅର ଇନଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାରେ ୟଙ୍ଗ ଷ୍ଟୁଡେଣ୍ଟ ଏକାଡେମୀ ବିଜୟ ଲାଭ କରିଛି । ଆଜିର ପ୍ରତିଯୋଗିତା ୟଙ୍ଗ ଷ୍ଟୁଡେଣ୍ଟ ଏକାଡେମୀ ଓ ବୁଡ଼ାବାହାଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବୁଡ଼ାବାହାଲ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରି କରି ୩୬.୩ ଓଭରରେ ସମସ୍ତ ‌ୱିକେଟ ହରାଇ ୧୪୨ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଦଳ ତରଫରୁ ଗୋପୀନାଥ ସର୍ବାଧିକ ୩୮ ରନ୍ ଓ ବିକାଶ ପୋଢ଼ ୨୭ ରନ୍ କରିଥିଲେ । ୟଙ୍ଗ ଷ୍ଟୁଡେଣ୍ଟ ଦଳ ତରଫରୁ କୁଲଦୀପ ସୁନା ୪ଟି ଓ ଆଶିଷ ଭୋଇ ୩ଟି ୱିକେଟ ଅକ୍ତିଆର କରିଥିଲେ । ୧୪୩ ରନ୍‌ର ଲକ୍ଷକୁ ପିଛା କରିବାକୁ ଯାଇ ୟଙ୍ଗ ଷ୍ଟୁଡେଣ୍ଟ ଦଳ ୨୬.୨ ଓଭରେ ମାତ୍ର ୨ ‌ୱିକେଟ ହରାଇ ୧୪୩ ରନ କରିବା ସହିତ ଏହି ମ୍ୟାଚକୁ ୮ ଉଇକେଟରେ ବିଜୟ ଲାଭ କରିଥିଲା । ୟଙ୍ଗ ଷ୍ଟୁଡେଣ୍ଟ ତରଫରୁ ଆଶିଷ ଭୋଇ ଅପରାଜିତ ୮୩ ରନ୍ ଓ ଅକ୍ଷୟ ପ୍ରସାଦ ଅପରାଜିତ ୨୪ ରନ୍ ସଂଗ୍ରହ କରିଥିଲେ । ବୁଡ଼ାବାହାଲ ଦଳ ତରଫରୁ ଧୁବଲେଶ୍ଵର ଓ ଗୋପୀନାଥ ଗୋଟିଏ ଲେଖାଏଁ ‌ୱିକେଟ ଅକ୍ତିଆର କରିଥିଲେ । ୟଙ୍ଗ ଷ୍ଟୁଡେଣ୍ଟ ଦଳରେ ଆଶିଷ ଭୋଇଙ୍କ ତାଙ୍କର ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଶ୍ରେଷ୍ଠ ଖେଳାଳୀ ଘୋଷିତ କରାଯାଇଥିଲା । ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପୟାର ପୃଥ୍ୱୀରାଜ ମିଶ୍ର ଓ ଶ୍ୟାମ ସୁନ୍ଦର ପଣ୍ଡା ପରିଚାଲନା କରିଥିବା ବେଳେ ସ୍ୱାଗତ ଶୁଭଙ୍କର ଓ ସୁଭମ ନାଏକ ସ୍କୋରର୍ ଦାୟିତ୍ୱ ତୁଲାଇଥିଲେ ।

Leave A Reply

Your email address will not be published.