oom

କଳାଧାମ ଦ୍ୱାରା ବଲାଙ୍ଗିରରେ ନାଟକ “ଗାନ୍ଧୀଙ୍କ ଓଡିଶା” ପ୍ରଦର୍ଶିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଥର ଓଡିଶା ଆଗମନର ଏକ ଶତ ବର୍ଷ ପୂର୍ତ୍ତି ସ୍ମୃତିରେ ସ୍ଥାନୀୟ ଆଇନ ମହାବିଦ୍ୟାଳୟ ପରିସରସ୍ଥ ମଞ୍ଚରେ ମଞ୍ଚସ୍ଥ ହୋଇଯାଇଛି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ଆନୁକୂଲ୍ୟରେ ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ବ୍ୟବସ୍ଥାପନାରେ ଚିତ୍ର, ସଂଗୀତ, ନୃତ୍ୟ ଓ ନାଟକ ଶିକ୍ଷାନୁଷ୍ଠାନ “କଳାଧାମ” ଆର୍ଟ ଇନ୍‌ଷ୍ଟିଚ୍ୟୁଟ, ଟେଲିଗୋଠପଡା ବଲାଙ୍ଗିର ଦ୍ୱାରା ନାଟକଟି ଅଭିନୀତ ହୋଇଛି । ନାଟ୍ୟକାର ଶଙ୍କର ତ୍ରିପାଠିଙ୍କ ଲିଖିତ “ଗାନ୍ଧୀଙ୍କ ଓଡିଶା” ନାଟକକୁ ବିଶିଷ୍ଟ ନାଟ୍ୟକାର ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ନିର୍ଦ୍ଦେଶନା ଦେଇଥିବା ବେଳେ ବିଶିଷ୍ଟ ସଙ୍ଗିତଜ୍ଞ ଓ ଚିତ୍ରଶିଳ୍ପୀ ଦିଲିପ କୁମାର ସିଂହଦେଓ କଳା ଓ ସଙ୍ଗୀତ ତଥା ମଞ୍ଚ ନିର୍ମାଣର ନିର୍ଦ୍ଦେଶନା ଦେଇଥିଲେ । ଅଜୟ ଅମର ସିଂହଦେଓ ଏବଂ ବିଶେଶ୍ୱର ପଟେଲ ବାଦ୍ୟଯନ୍ତ୍ରରେ ସହଯୋଗିତା କରିଥିଲେ । ନାଟକର ବିଭିନ୍ନ ଭୂମିକାରେ ବିଶ୍ୱଜିତ, ନେପାଳ ଚନ୍ଦ୍ର, ଅର୍ଜୁନ, ଜଗଦାନନ୍ଦ, ମଧୁସୂଦନ, କିଶୋର, ଅର୍ଘ୍ୟ, ଅଶୋକ, ରତ୍ନମୟ, ଭକ୍ତ, ଦିଲିପ, ସୁରଜ, ସୁରେନ୍ଦ୍ର, ଦୁର୍ଗା, ଅଜୟଅମର, ରାଜକୁମାର, ଅଜୟ, ସ୍ମାରକ, ଅଂଶୁମାନ, ବିମଲ, ମୃତ୍ୟୁଞ୍ଜୟ, ଜଗବନ୍ଧୁ, ନିରାକାର, ଜୟକୃଷ୍ଣ, ଓମ୍‌ ଅମୃତ, ଅମୃତାନନ୍ଦ, କୁମୁଦିନି, ସବିତା ଓ ସୁଶ୍ରିତା ପ୍ରଭୃତି ଅଭିନୟ କରିଥିଲେ । ମନ ଓ ଚୈତନ୍ୟ – ରୂପସଜ୍ଜା, ହାଡିବନ୍ଧୁ – ଆଲୋକ ଓ ଧ୍ୱନି ତଥା ବିକାଶ କୁମାର ସେଠ କ୍ୟାମେରା ପରିଚାଳନା କରିଥିଲେ । ନାଟ୍ୟାରମ୍ଭ ପୂର୍ବରୁ ଏକ ସଭାର ଆୟୋଜନ ହୋଇଥିଲା । ଉକ୍ତ ସଭାରେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରି ମୁଖ୍ୟ ଅତିଥି, ଐତିହାସିକ ଡ. ଶିବ ପ୍ରସାଦ ନନ୍ଦ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥି ବରେଣ୍ୟ ଅତିଥି ତଥା “କଳାଧାମ”ର ଅଧ୍ୟକ୍ଷ ଓ ସଂପାଦକ ଦିଲ୍ଲୀପ କୁମାର ସିଂହଦେଓ ଏବଂ ସଭାପତି ମଧୁସୂଦନ ନାୟକ ପ୍ରମୁଖ ଉପସ୍ଥିତ ରହି ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ବିଭିନ୍ନ ସ୍ମୃତିଚ୍ଚାରଣ ପୂର୍ବକ ତାଙ୍କ ଓଡିଶା ପ୍ରେମ ଓ ସହୃଦୟତା ସମ୍ବନ୍ଧରେ ଆଲୋକପାତ କରିବା ସହ ଏହି ଅବସରରେ ନାଟକର ସମସ୍ତ କଳାକାର ଓ ଦର୍ଶକ ତଥା ବଲାଙ୍ଗିରବାସୀଙ୍କୁ ଶୁଭେଚ୍ଛ ଜ୍ଞାପନ କରିଥିଲେ । ସଭା ଶେଷରେ ଭକ୍ତ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ନାଟକଟିକୁ ବଲାଙ୍ଗିରର ଅସଂଖ୍ୟ ଦର୍ଶକ ଆନନ୍ଦର ସହିତ ହୃଦୟଙ୍ଗମ କରିଥିଲେ ।

jittmm
Leave A Reply

Your email address will not be published.