ତରବୋଇ ଠାରେ ମହିଳା ସଭା ଆୟୋଜିତ

ତରବୋଇ, (ଦି‌ଲ୍ଲିପ କୁମାର ଧାଉଡିଆ) : ପୁରୀ ଜି‌ଲ୍ଲା ତରବୋଇ ଠାରେ ଏକ ମହିଳା ସଭା ଅନାମ ଚରଣ ମଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । ଏହି ସଭାରେ କସ୍ତୂରଵା ଟ୍ରଷ୍ଟର ସଂଚାଳିକା କବିତା ରାଣୀ ପରିଡ଼ା, ସେବିକା ଜୟନ୍ତୀ ବିଶ୍ୱାଳ ଓ ସମାଜ ସେବୀ କ୍ଷେତ୍ର ବାସୀ ପ୍ରଧାନ ଆଲୋଚନା କରିଥିଲେ । ଗାନ୍ଧୀ, କସ୍ତୂରବାଙ୍କ ଓଡ଼ିଶା ଆଗମନର ସ୍ମୃତି ଆଲୋଚନା ହେବା ସହ ନିଶା ନିବାରଣ, ଅସ୍ପୃଶ୍ୟତା ନିବାରଣ, ଅନ୍ଧବିଶ୍ୱାସ ଓ କୁସଂସ୍କାର, ସ୍ୱାସ୍ଥ୍ୟ ସଚେତନତା ବିଷୟରେ ଆଲୋଚନା କରାଯାଇଥିଲା । ଅତୀତରେ ରାଷ୍ଟ୍ରମାତା କସ୍ତୂରବା, ମାରମାଦେବୀ, ମାଳତୀ ଦେବୀ ଆଦି ମହିଳାମାନେ ଯେଭଳି ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ, ବର୍ତ୍ତମାନର ମହିଳା ମାନେ ନିଜ ଶକ୍ତିକୁ ଜାଗ୍ରତ କରିଲେ ନିଶ୍ଚୟ ଏକ ନିଶାମୁକ୍ତ ସୁସ୍ଥ ସମାଜ ଗଠନ ହୋଇ ପାରିବ ବୋଲି କବିତା ରାଣୀ ପରିଡ଼ା ମନ୍ତବ୍ୟ ରଖିଥିଲେ । ଶେଷରେ ଅଙ୍ଗନବାଡି କର୍ମୀ ଜୟନ୍ତୀ ଦେବୀ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏଥିରେ ପ୍ରାୟ ୫୦ଜଣ ମହିଳା ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.