oom

ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ତାଲିମ ଶିବିର

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ଆତ୍ମା ବଲାଙ୍ଗୀର, ୱ।ସନ, ୱ।ଇ.ସି.ଡ଼ିଏଙ୍କ ମିଳିତ ଉଦ୍ୟମରେ ବଲାଙ୍ଗିର ଜିଲ୍ଲାରେ ଦୁଇ ପର୍ୟ୍ୟାୟରେ ଖପ୍ରାଖୋଲ ଏବଂ ହରିଶଙ୍କର ଠାରେ ଚାରିଦିନ ଧରି ଖୁଦ୍ର ଶସ୍ୟ ମାଣ୍ଡିଆ, ଗୁର୍ଜୀ, କୋଦରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ କିପରି ପ୍ରସ୍ତୁତ କରାଯିବ ତାଉପରେ ସ୍ୱୟଂସହାୟକ ଦଳର ମାଁ ମାନଙ୍କୁ ନେଇ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ତାଲିମ ଶିବିରରେ ବ୍ଲକ ସଂଯୋଜକ ହେମବନ୍ତି ନନ୍ଦନ ବେହେରା, ସି.ଆର.ପି- ବାସନ୍ତୀ ମୁଣ୍ଡା, ଫକିର ସାହୁ, ସଦାନନ୍ଦ ବାଗ, ପୁରନ୍ଦର ବନଛୋର, ଭୋଜରାଜ ବରିହା ଥିବାବେଳେ ହନୁମନ୍ତ ବାଗ ତାଲିମ ଦେଇଥିଲେ । ଖପ୍ରାଖୋଲ ବ୍ଲକ ବିଭିନ୍ନ ପଞ୍ଚାୟତ ମାନଙ୍କରେ ଲୋକଙ୍କୁ ଖାଦ୍ୟ ଅଭ୍ୟାସ କରିବାପାଇଁ ହୋଟେଲ ମାନ ଖୋଲା ଯାଇଥିବା ବେଳେ ହୋଟେଲରେ କିପରି ସ୍ୱୟଂସହାୟକ ଦଳର ମାଁ ମାନେ ଆତ୍ମ ନିର୍ଭରଶୀଳ ହୋଇ ଦୁଇ ପଇସା ରୋଜଗାର କରି ପାରିବେ ତାଉପରେ ବିଶେଷ ଆଲୋଚନା ହୋଇଥିଲା । ମାଣ୍ଡିଆ ପକୁଡ଼ି, ଲଡ଼ୁ, ଜାଲେପି, ମାଲପୁଆ, ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ ।

jittmm
Leave A Reply

Your email address will not be published.