ନାବାଳିକା ଛାତ୍ରୀ ଯୌନ ନିର୍ୟ୍ୟାତନା ମାମଲା : ବିଜେପି ମହିଳା ମୋର୍ଚ୍ଚାର ଥାନା ଘେରାଉ, ଅଭିଯୁକ୍ତ ଶିକ୍ଷକଙ୍କ ଗିରଫ ଦାବୀ

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ବାରବନ୍ଧା ଗ୍ରାମ ପଂଚାୟତର ବେଲଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀକୁ ଯୌନନିର୍ୟ୍ୟାତନା ମାମଲା ପରେ ଛାତ୍ରୀଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି । ଏହି ସମ୍ବେଦନଶୀଳ ଘଟଣାରେ ଆଜି ଯାଏଁ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରାଯାଇ ନଥିବାରୁ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଥାନା ଘେରାଉ ସହିତ ଯଥାଶୀଘ୍ର ଅଭିଯୁକ୍ତ ଶିକ୍ଷକଙ୍କୁ ଗରିଫ କରାଯିବାକୁ ଦାବୀ କରାଯାଇଛି । ଆଜି ବିଜେପି ମହିଳା ମୋର୍ଚ୍ଚାର ଜିଲ୍ଲା ସଭାପତି ନିରୂପମା ନାଏକ, ଜିଲ୍ଳା ଉପସଭାପତି ଆଇନଜୀବି ବିନୀତା ଦାଶ, ଜିଲ୍ଳା ସଂପାଦିକା ଶୋଭାଗିନୀ ପାତ୍ର, ନଗର ସଭାପତି ଗୀଜାଞ୍ଜଳି ସାହୁ, ପରିଚାଳନା କମିଟୀ ସଭ୍ୟା ବାସନ୍ତୀ ବାଣୁଆ, ଉଷାରାଣୀ ବେହେରା, ପୁଷ୍ପାଞ୍ଜଳି ରାଉତ, କୃଷକ ମୋର୍ଚ୍ଚା ତରଫରୁ ଅନିରୁଦ୍ଧ ପ୍ରଧାନଙ୍କ ସମେତ ମ.ରାମପୁର ବିଜେପି ତରଫରୁ ବରିଷ୍ଠ ନେତା ପଦ୍ମଲୋଚନ ମିଶ୍ର, ପବନ କୁମାର ଅଗ୍ରୱାଲ, ପ୍ରତାପ ରଣା, ଦିବାକର ବାଗ, ମୋହନ ମନହୀରା ପ୍ରମୁଖ ଉପସ୍ଥିତ ରହିଥିଲେ । ତୁରନ୍ତ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରାଯିବା ସହିତ ନାବାଳିକାକୁ ଉପଯୁକ୍ତ ନ୍ୟାୟ ଦେବାକୁ ଦାବୀ କରିଥିଲେ । ଥାନାଧିକାରୀ ଜୟଦେବ ତାରିଣୀ ନିଶ୍ଚୟ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରାଯିବ ଏବଂ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ସୂଚନାଥାଉ କି,ଗତ ୧୩ ତାରିଖରେ ଉକ୍ତ ନାବାଳିକା ଛାତ୍ରୀଜଣଙ୍କୁ ପୋଲିସ ଉଦ୍ଧାର କରି ଜାଣିବାକୁ ପାଇଥିଲା ଯେ, ବିବାହର ପ୍ରଲୋଭନ ଦେଖାଇ ତାକୁ ଜଣେ ଶିକ୍ଷକ ଭୁବନେଶ୍ୱର ନେଇ ଯାଇଥିଲେ ଏବଂ କିଛି ଦିନ ରଖିବା ପରେ ବରମୁଣ୍ଡା ବସଷ୍ଟାଣ୍ଡରେ ବସ୍‌ରେ ବସେଇ, ଫେରାର ମାରିଥିଲେ । ଏହି ନାବାଳିକାକୁ ନ୍ୟାୟ ଦାବୀ ଜୋର ଧରିଥିବା ଜଣାଯାଇଛି ।

Leave A Reply

Your email address will not be published.