ପାଇକମାଲ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ନୂତନ ପରିଚାଳନା ସମିତି ଗଠିତ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପୁରାତନ ପରିଚାଳନା ସମିତିର କାର୍ଯ୍ୟକାଳ ସମାପ୍ତ ହୋଇଥିବାରୁ ନୂତନ ପରିଚାଳନା ସମିତି, ବରଗଡ ବିଭାଗ ନୀରିକ୍ଷକ ଜୟ କିଶୋର ପଣ୍ଡାଙ୍କ ତତ୍ୱାବଧାନରେ ଗଠନ କରାଯାଇଛି । ଉକ୍ତ ପରିଚାଳନା ସମିତି ସଭାପତି ରାମ କୁମାର ଗୁପ୍ତା, ସଂପାଦକ କୁବେର ରଣା, କୋଷାଧ୍ୟକ୍ଷ ରାଜେଶ କୁମାର ପଟେଲ, ଉପ ସଭାପତି ପ୍ରଫୁଲ୍ଲ କୁମାର ରଣା, ଯୁଗ୍ମ ସଂପାଦକ ରମାଇ ଚରଣ ଦାସ, ମହିଳା ସଦସ୍ୟା ସୁପ୍ରଭା ସାହୁ,ସଙ୍ଗୀତା ମେହେର, ପ୍ରଧାନାଚାର୍ଯ୍ୟ ସାନନ୍ଦ ବାରିକ, ଆଚାର୍ଯ୍ୟ ପ୍ରତିନିଧି ସୁଶୀଳ ମହାନନ୍ଦଙ୍କୁ ନୂତନ ପରିଚାଳନା ସମିତି ସଭ୍ୟ ରୂପେ ମନୋନୀତ କରାଯାଇଛି । ବିଭାଗ ନୀରିକ୍ଷକ ସମିତି କାର୍ଯ୍ୟ ପାଇଁ ମାର୍ଗ ଦର୍ଶନ କରିଥିଲେ । ପ୍ରଧାନାଚାର୍ଯ୍ୟ ସାନନ୍ଦ ବାରିକ ପରିଚୟ କରିଥିବା ବେଳେ ନୂତନ ସଂପାଦକ କୁବେର ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.