ଲାଞ୍ଚ ନେଇ ଫସିଲେ କନ୍ଧମାଳ ଜିଲାପାଳଙ୍କ କାର୍ୟ୍ୟାଳୟର ରେକର୍ଡ଼ ରୁମ୍‍ ଇନ୍‍ଚାର୍ଜ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲାପାଳଙ୍କ କାର୍ୟ୍ୟାଳୟର ରେକର୍ଡ଼ ରୁମ୍‍ ଇନ୍‍ଚାର୍ଜ ଅଶୋକ କୁମାର ପଟ୍ଟନାୟକଙ୍କୁ ମଙ୍ଗଳବାର ଭିଜିଲାନ୍ସ ଗିରଫ କରିଛି । ଜଣେ ବ୍ୟକ୍ତିଙ୍କୁ ତାଙ୍କର ପୁରୁଣା ଜମି ନଥିପତ୍ର ଯୋଗାଇଦେବା ପାଇଁ ୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ ହାତରେ ଧରାପଡ଼ିଛନ୍ତି । ଏହାସହିତ ତାଙ୍କ ସରକାରୀ ବାସଭବନରେ ମଧ୍ୟ ଭିଜିଲାନ୍ସ ଚଢାଉ ଜାରି ରଖିଛି । ମିଳିଥିବା ସୂଚନା ମୁତାବକ, ବୌଦ୍ଧ ଜିଲା ମନମୁଣ୍ଡା ଥାନା ଅନ୍ତର୍ଗତ ବିଳାସପୁର ଗ୍ରାମର ଲଳିତ କୁମାର ସାହୁଙ୍କ ତାଙ୍କର ଏକ ପୁରୁଣା ଜମି ନଥିପତ୍ର ଦେବା ପାଇଁ ଅଶୋକ ୨ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଆଜି ଲଳିତଙ୍କଠାରୁ ଲାଞ୍ଚ ଟଙ୍କା ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଚଢାଉ କରି ଟଙ୍କା ଜବତ କରିବା ସହ ଭିଜିଲାନ୍ସ ବିଭାଗ ଅଶୋକଙ୍କୁ ଗିରଫ କରିଛି ।

Leave A Reply

Your email address will not be published.