oom

୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଗି ବିବେଚିତ ହେଲା ୩ଟି ଓଡ଼ିଆ ସିନେମା : ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନରେ ଆସୁଥିବା ଚଳଚିତ୍ର ମହୋତ୍ସବ ନିର୍ଦ୍ଦେଶଳାୟ ଦ୍ୱାରା ଗତକାଲି ୨୦୧୯ ମସିହାର ଚଳଚିତ୍ର ଗୁଡିକ ପାଇଁ ପୁରସ୍କାର ଘୋଷଣା କରାଯାଇଛି । ତେବେ ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଗି ୩ ଟି ଓଡ଼ିଆ ଚଳଚିତ୍ରକୁ ସମ୍ମାନୀତ କରାଯାଇଛି । ଶ୍ରେଷ୍ଠ ଓଡ଼ିଆ ଚଳଚିତ୍ର ଭାବରେ ‘ଶଲା ବୁଢାର ବଦଲା’, ‘କାଲିର ଅତୀତ’ ଓ ଶ୍ରେଷ୍ଠ କଳା-ସାଂସ୍କୃତିକ ଭାବରେ ‘ଶ୍ରୀକ୍ଷେତ୍ରରୁ ସାହିଯାତ’ ଚଳଚିତ୍ରକୁ ସମ୍ମାନୀତ କରାଯାଇଛି । ତେବେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୭ ତ୍ତମ ଜାତୀୟ ଚଳଚିତ୍ର ସମ୍ମାନରେ ୩ଟି ଓଡ଼ିଆ ସିନେମା ଯୋଗ୍ୟ ବିବେଚିତ ହେବା ସମଗ୍ର ଓଡ଼ିଆ ପାଇଁ ଏକ ଗୌରବର ବିଷୟ ବୋଲି ଟ୍ୱିଟ୍ କରିଥିବା ବେଳେ ଚଳଚିତ୍ର ‘ଶଲା ବୁଢାର ବଦଲା’ର ନିର୍ଦ୍ଦେଶକ ଡଃ. ସବ୍ୟସାଚୀ ମହାପାତ୍ର, ‘କାଲିର ଅତୀତ’ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ଏବଂ ଶ୍ରୀକ୍ଷେତ୍ରରୁ ସାହିଯାତ’ର ପ୍ରଯୋଜକ ଓ ନିର୍ଦ୍ଦେଶକ ଆଶୁତୋଷ ପଟ୍ଟନାୟକଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ।

jittmm
Leave A Reply

Your email address will not be published.