ଗ୍ରାମ ପଞ୍ଚାୟତ କାର୍ୟ୍ୟାଳୟ ଠାରେ ଅଚାନକ ପହଞ୍ଚିଲେ ବିଡିଓ

ଡେଲାଙ୍ଗ, (ଦି‌ଲ୍ଲିପ କୁମାର ଧାଉଡିଆ) : ୨୨ ମାର୍ଚ୍ଚ ତାରିଖ ଦିନ ୧୧ଟା ସମୟରେ ଚାଁଇପୁର ଗ୍ରାମ ପଞ୍ଚାୟତ କାର୍ୟ୍ୟାଳୟ ଠାରେ ଅଚାନକ ପହଞ୍ଚିଥିଲେ ଡେଲାଙ୍ଗ ବିଡିଓ ଦିଲ୍ଲୀପ ଷଡଙ୍ଗୀ । ସେଠାରେ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡା, ଜିଆରଏସ୍ ଆରତୀ ବିଶ୍ୱାଳ, କାର୍ୟ୍ୟନିର୍ବାହୀ ଅଧିକାରୀ ଯଦୁମଣି ଦାସ ଏବଂ କନିଷ୍ଠ ଯନ୍ତ୍ରୀ ମାନସ ମାହାନ୍ତି ଉପସ୍ଥିତ ଥିଲେ । ଚାଁଇପୁର ଗ୍ରାମ ପଞ୍ଚାୟତର ଅଠର ଜଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧୀକାରୀ ମାନଙ୍କ ସହିତ ସେମାନେ କାର୍ଯ୍ୟାଦେଶ ପାଇଥିବା ଗୃହ ନିର୍ମାଣ ଶୀଘ୍ର ସଂପୂର୍ଣ୍ଣ କରିବାକୁ ବିଡିଓ ଆଲୋଚନା କରିଥିଲେ । ଏଥି ସହିତ ପାନୀୟ ଜଳ ଓ ରେସନ କାର୍ଡ ସମସ୍ୟା ତଥା ବାର୍ଦ୍ଧକ୍ୟ ଭତ୍ତା ବ୍ୟାଙ୍କକୁ ପଠାଇବା ନେଇ ବୃଦ୍ଧ ବୃଦ୍ଧା ମାନଙ୍କ ସମସ୍ୟା ଏବଂ ପଞ୍ଚାୟତରେ ଭତ୍ତା ବଣ୍ଟନ ପାଇଁ ଶତାଧିକ ଲୋକ ଦାବୀ ଜଣାଇଥିଲେ । ଏହାପରେ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଉପସ୍ଥିତ ଜବ୍ ସିକରମାନଙ୍କ ଗହଣରେ ପହଞ୍ଚି ସେମାନଙ୍କ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ପ୍ରଥମେ ସରପଞ୍ଚ ଓ ଅଣକୂଶଳୀ ଶ୍ରମିକ ମାନେ ନୂତନ ବିଡିଓଙ୍କୁ ଉତ୍ତରୀୟ ଏବଂ କରତାଳି ମାଧ୍ୟମରେ ସ୍ୱାଗତ କରିଥିଲେ । ଏହାପରେ ବିଭୁତି ବେହେରା, ଏକାଦଶୀ ବେହେରା, ପ୍ରଭାକର ପରିଡା, ନିମେଇଁ ସ୍ୱାଇଁ, ବାବୁଲି ବେହେରା ପ୍ରମୁଖଙ୍କୁ ଜବାବ କାର୍ଡ ବଣ୍ଟନ କରିଥିଲେ । ସରପଞ୍ଚ ଆଗାମୀ ଦିନରେ ନରେଗା କାର୍ୟ୍ୟ ପୂର୍ବତନ ଚାଲୁ ରହିବ ବୋଲି ଶ୍ରମିକ ମାନଙ୍କୁ ଆ‌ଶ୍ୱସନା ଦେଇଥିଲେ । ବିଡିଓଙ୍କ ସହିତ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ସହାୟକ ଯନ୍ତ୍ରୀ ଆଲୋକ ରଂଜନ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.