ବନ୍ଦ ରହିବ ବ୍ୟାଙ୍କ ଆଜିଠୁ ୪ ଦିନ ପର୍ୟ୍ୟନ୍ତ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ମାର୍ଚ୍ଚ ୧୫ ଓ ୧୬ ତାରିଖ ଦିନ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ କାର୍ଯ୍ୟକ୍ରମ ରହିଥିବା ବେଳେ ଆଜି ସେକେଣ୍ଡ ସଟର୍‌ଡେ’ ଛୁଟି ଓ ଆସନ୍ତାକାଲି ରବିବାର ଆଜି ସେକେଣ୍ଡ ସଟର ଡେ ଛୁଟି ହୋଇଥିବା ବେଳେ ଆସନ୍ତାକାଲି ରବିବାର । ତେବେ ଆଜିଠାରୁ ୪ ଦିନ (ମାର୍ଚ୍ଚ ୧୩ ରୁ ମାର୍ଚ୍ଚ ୧୬) ପର୍ୟ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ । ସୂଚନା ଅନୁସାରେ କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତି ବିରୋଧରେ ଆସନ୍ତା ସୋମବାର ଏବଂ ମଙ୍ଗଳବାର ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିଅନ୍‌ସ୍‌ ଧର୍ମଘଟ ଡାକରା ଦେଇଛି । ଧର୍ମଘଟରେ ସାମିଲ ହେବେ ଓଡ଼ିଶାର ୫ହଜାର ୫୦୦ ବ୍ୟାଙ୍କ ଶାଖାର ପ୍ରାୟ ୩୦ ହଜାର କର୍ମଚାରୀ ଓ ଅଧିକାରୀ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.