ନକଲି ସେନା ଅଧିକାରୀ ଗିରଫ୍‌ : ସେନାରେ ଚାକିରି ଦେବା ନାମରେ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟ‌ଙ୍କା ଠକିଛି

ବାରାଣାସୀ : ଉତ୍ତରପ୍ରଦେଶର ବାରାଣାସୀରେ ସେନାବାହିନୀର ଜଣେ ନକଲି ସେନା ଅଧିକାରୀ ହୋଇ ଲୋକଙ୍କୁ ପ୍ରତାରଣା କରୁଥିବା ଜଣେ ଦୁର୍ଦ୍ଦାନ୍ତ ଠକକୁ ପୋଲିସ ଗିରଫ କରିଛି । ବାରାଣାସୀର ଶିବପୁର ନିବାସୀ ରାଜବୀର ସିଂ ଲୋକଙ୍କୁ ସେନାରେ ଭର୍ତ୍ତି କରିବା ନାମରେ ଲକ୍ଷ ଲକ୍ଷ ଟ‌ଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଛି । ପୋଲିସର ସୂଚନାନୁସାରେ, ରାଜବୀର ୨୦୦୮ ମସିହାରେ ସେନାରେ ଯୋଗ ଦେବା ପାଇଁ ପରୀକ୍ଷା ଦେଇଥିଲେ, କିନ୍ତୁ ପାସ୍ କରିପାରି ନଥିଲେ । ଏହା ପରେ ଜଣେ ନକଲି ସେନା ଅଧିକାରୀ ହେବାର କଳ୍ପନା ତାଙ୍କ ମନକୁ ଆସିଲା ଏବଂ ସେ ଲୋକମାନଙ୍କୁ ବିଶ୍ୱାସ ଦେବା ପାଇଁ ସେନାର ପୋଷାକ ସିଲେଇ କଲେ । ଏହା ପରେ ସେ ନିଜକୁ ବାରାଣାସୀ କ୍ୟାନ୍‌ଟନ୍‌ମେଣ୍ଟରେ ଅବସ୍ଥିତ ୩୯ ଜିଟିସି ରେଜିମେଣ୍ଟର ଅଧିନାୟକ ହୋଇଥିବା କହିବା ଆରମ୍ଭ କରିଥିଲେ । ନକଲି ସେନା ଅଧିକାରୀ ହେବା ପରେ ରାଜବୀର ସେନାରେ ଚାକିରି ଦେବା ବାହାନାରେ ଲୋକଙ୍‌ଙ୍କୁ ଖୋଜିବା ଆରମ୍ଭ କରିଥିଲେ । ଏହି ସମୟ ମଧ୍ୟରେ ବେରୋଜଗାରର ସମ୍ମୁଖୀନ ହେଉଥିବା କିଛି ଯୁବକ ତାଙ୍କ ଜାଲରେ ଧରା ପଡିଥିଲେ ।

Leave A Reply

Your email address will not be published.