ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେଲେ ସୂଚନା, ଏପ୍ରିଲରୁ ବନ୍ଦ ହେବ ରବିବାର ପାଠପଢ଼ା

ଭୁବନେ‌ଶ୍ୱର : ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ସୂଚନା ପ୍ରଦାନ କରିଛ‌ନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ଏପ୍ରିଲ ପହିଲାରୁ ରିଭିଜନ୍ କ୍ଲାସ ଆରମ୍ଭ ହେବ । ଚଳିତ ମାର୍ଚ୍ଚ ଶେଷ ସୁଦ୍ଧା ସ୍କୁଲମାନଙ୍କରେ ସବୁ କୋର୍ସ ସମା‌ପ୍ତ ହୋଇଯିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ରବିବାର କ୍ଲାସର ମଧ୍ୟ ଆଉ ଆବଶ୍ୟକ ହେବ ନାହିଁ ବୋଲି କହିଛନ୍ତି । ପିଲାମାନଙ୍କ ପାଇଁ ବିଭାଗ ଯୋଗାଇ ଦେଇଥିବା ‘ପରୀକ୍ଷା ଦର୍ପଣ’ ବିଶେଷ ସହାୟକ ହେଉଛି । ସେଥିପାଇଁ ଆସନ୍ତା ମାସରୁ ରେଗୁଲାର କ୍ଲାସର ଜରୁରୀ ମନେ ହେଉନାହିଁ ।

Leave A Reply

Your email address will not be published.