ମନୁନଗରରେ ମାଆ ଶୀତଳା ପୂଜା ଓ ଚବିଶ ପ୍ରହର ନାମଯଜ୍ଞ ଉଦ୍‌ଯାପିତ

ଭୋଗରାଇ, (ଶିବନାରାୟଣ ପାତ୍ର) : ଆଧ୍ୟାତ୍ମିକତା ବିନା ଜୀବନ ଅସାର ଓ ରଙ୍ଗହୀନ । ଭକ୍ତି ଶରୀରରେ ଶକ୍ତି ସଞ୍ଚାର ସହିତ ନିରାମୟ ଜୀବନ ଜିଇଁବାକୁ ସାମର୍ଥ୍ୟ ପ୍ରଦାନ କରିଥାଏ ବୋଲି ଆଜି ଭୋଗରାଇ ବ୍ଲକ ଆରୁହାବୃତ୍ତି-୧ ପଞ୍ଚାୟତ ଅନ୍ତର୍ଗତ ମନୁନଗର ଗ୍ରାମରେ ଆଜକୁ ଆଠଦିନ ଧରି ଅନୁଷ୍ଠିତ ମା’ ଶୀତଳା ଦେବୀଙ୍କ ବାର୍ଷିକ ପୂଜା ଓ ଚବିଶ ପ୍ରହର ହରିନାମ ଯଜ୍ଞ ଓ ମହା ମହୋତ୍ସବର ଉଦ୍‌ଯାପନ ଉତ୍ସବରେ ଯୋଗଦେଇ ଥିବା ଭକ୍ତ ବୃନ୍ଦ ତଥା ଅତିଥି ମାନେ ମତବ୍ୟକ୍ତ କରିଛନ୍ତି ।
ଆଜି ଉତ୍ସବର ଅନ୍ତିମ ଦିବସରେ ଆୟୋଜିତ ମହା ମହୋତ୍ସବ ଓ ଦିବ୍ୟ ମେଳି କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଭୋଗରାଇ ବ୍ଳକ ଅଧ୍ୟକ୍ଷା ମଞ୍ଜୁରାଣୀ ବେହେରା, ସମ୍ମାନିତ ଅତିଥି ଭାବେ ଓଡ଼ିଆ ଭାଷା ଓ ସଂସ୍କୃତି ସୁରକ୍ଷା ପରିଷଦର ସମ୍ପାଦକ ତଥା ଆଇନଜୀବୀ ରାଜକିଶୋର ଜେନା, ଜି.ଆର.ଏସ ପରିତ୍ରାଣ ଦାସ , ନାଏବ ସରପଞ୍ଚ ଯୋଗେନ୍ଦ୍ର ନାଥ ପାଳ ଯୋଗ ଦେବାସହ କାର୍ୟ୍ୟକ୍ରମକୁ ଉତ୍ସବ କମିଟିର ସଭାପତି ଶ୍ରୀକୃଷ୍ଣ ପାଳ, ସମ୍ପାଦକ ଗିରିଧାରୀ ଦାସ, ଗ୍ରାମମୁଖ୍ୟ ରାମଚନ୍ଦ୍ର ଜେନା, ଉପଦେଷ୍ଟା ଭଗବାନ ଚନ୍ଦ୍ର ପାଳ, ସଦସ୍ୟ ଭଗବାନ ଚନ୍ଦ୍ର ଦାସ, ସମାଜସେବୀ ଅଶୋକ କୁମାର ବେହେରା, ଖଗେନ୍ଦ୍ର ଜେନା, ବ୍ରଜକିଶୋର ପାଳ, ମନୋରଞ୍ଜନ ପରିଡ଼ା, ୱାର୍ଡ଼ ସଭ୍ୟ ମନୋଜ କୁମାର ବାରିକ, ଗଦାଧର ଦାସ, ପୂଜା କମିଟିର ସଦସ୍ୟ ଅନନ୍ତ ପାଳ, ନାରାୟଣ ପ୍ରସାଦ ବାରିକ, ବସନ୍ତ କୁମାର ବାରିକ, ଶମ୍ଭୁନାଥ ପରିଡ଼ା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଗତ ତା – ୦୨ ରିଖ ଠାରୁ ୦୯ ରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ଉତ୍ସବରେ ମା’ ଶୀତଳା ଦେବୀଙ୍କ ଷୋଡ଼ଶ ଉପଚାର ପୂଜା, ୧୦୮ କଳସ ଶୋଭାଯାତ୍ରା, ପ୍ରବଚନ, ମହାମେଳି, ଭକ୍ତି ସଂଗୀତ ସମାରୋହ ଓ ଅନ୍ନ ମହୋତ୍ସବ ଆଦି କରାଯାଇଥିଲା । ପ୍ରତି ସଂଧ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ଉପସ୍ଥିତ ହୋଇ ରାମନାମ ରସରେ ରସାଣିତ ହୋଇ ଶ୍ରବଣ କରିଥିଲେ ।

Leave A Reply

Your email address will not be published.