oom

ସାଇଟ୍‌ କଲେଜ ପରିସରରେ ବିଶ୍ୱ ମହିଳା ଦିବସ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହିଳାମାନେ ଘର ଚାରିକାନ୍ଥ ଭିତରେ ରହିବା ଯୁଗର ଅବସାନ ହୋଇଛି । ଦେଶ ତଥା ଦଶର ଉନ୍ନତି ପାଇଁ ସମାଜର ଶିକ୍ଷିତା ମହିଳାମାନଙ୍କୁ ଏକବିଂଶ ଶତାଦ୍ଦୀ ଆହ୍ୱାନ କରୁଛି ବୋଲି ସଦାଇପାଲି ସାଇଟ୍‌ କଲେଜ ପରିସରରେ ବିଶ୍ୱ ମହିଳା ଦିବସ ପାଳନ ଉପଲକ୍ଷେ ମୁଖ୍ୟ ଅତିଥି ଭାବରେ ସୁଲେଖିକା ଡା. ଜୋର୍ତିମୟୀ ସାହୁ ଯୋଗଦାନ କରି ବକ୍ତବ୍ୟ ପ୍ରଦାନ କରିଥିଲେ । ବିଶିଷ୍ଟ ସମାଜସେବୀ ଡ. ଶ୍ରୀକର ମିଶ୍ର ସଭାପତିତ୍ୱ କରିଥିବା ବେଳେ ଇଂ. ନମିତା ପଟେଲ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ । ସାଇଟ୍‌ କଲେଜ ନର୍ସିଂ ଅଧ୍ୟକ୍ଷା ସ୍ନିଗ୍ଧା ମିନତୀ ଦାନୀ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଉତ୍ସବରେ ଭାରତର ମହିୟସୀ ମହିଳାମାନଙ୍କର ସ୍ମୃତିଚାରଣ କରାଯାଇ ଆଗାମୀ ଦିନରେ ମହିଳାମାନେ କାନ୍ଧକୁ କାନ୍ଧ ମିଳାଇ ଦେଶର ଉନ୍ନତି ପାଇଁ ଆଗେଇ ଆସିବାକୁ ଅତିଥି ବୃନ୍ଦ ଆହ୍ୱାନ ଦେଇଥିଲେ । ଏହି ଉତ୍ସବରେ ଶତାଧିକ ମହିଳା ଯୋଗଦାନ କରିଥିଲେ । ଶେଷରେ ରାମଜୀ ଯୁବକ ସଂଘର ସଭାପତି ଡା. ପ୍ରମୋଦ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.