oom

ନୂତନ ବସ ଟର୍ମିନାଲକୁ ବସଷ୍ଟାଣ୍ଡ ସ୍ଥାନାନ୍ତର ପ୍ରସଙ୍ଗ : ୯ଦଫା ଦାବୀ ନେଇ ଅର୍କେଶ ସିଂଦେଓଙ୍କ ନେତୃତ୍ୱରେ ପରିବହନ ମନ୍ତ୍ରୀଙ୍କୁ ଭେଟିଲେ ଘରୋଇ ବସ ମାଲିକ ସଂଘ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ ବିଜେଡିର ଯୁବନେତା ଅର୍କେଶଙ୍କ ଡ଼୍ରିମ୍‌ ପ୍ରୋଜେକ୍ଟ ଅତ୍ୟାଧୁନିକ ବସ ଟର୍ମିନାଲ ଶେଷ ହେବାକୁ ଯାଉଛି । ବସ ଟର୍ମିନାଲ କାମ ଦୃତ ବେଗରେ ଆଗେଇଚାଲିଛି । ଖୁବକମ ଦିନରେ ଏହା ଶେଷହୋଇ ଏଠାରେ ବଲାଙ୍ଗିରର ସମସ୍ତ ବସ ରହିବ । ତେବେ ଏଠାକୁ ବସଷ୍ଟାଣ୍ଡ ସ୍ଥାନାନ୍ତର ନେଇ କେତେକ ସମସ୍ୟା ରହିଛି । ସେହି ସବୁ ସମସ୍ୟା ଦୂର କରିବାକୁ ଗତକାଲି ଅର୍କେଶ ନାରାୟଣ ସିଂଦେଓଙ୍କ ନେତୃତ୍ୱରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଭୁବନେଶ୍ୱରରେ ବଲାଙ୍ଗିର ଘରୋଇ ବସମାଲିକ ସଂଘର ଏକ ପ୍ରତିନିଧି ଦଳ ଭେଟିଛନ୍ତି । ଏହି ଅବସରରେ ୯ଦଫା ସମ୍ବଳିିତ ଏକ ଦାବୀପତ୍ର ମନ୍ତ୍ରୀଙ୍କୁ ପ୍ରଦାନ କରିବା ସହିତ ସମାଧାନ କରିବାକୁ ଆଲୋଚନା କରିଛନ୍ତି । ମନ୍ତ୍ରୀଙ୍କ ପାଖରେ ସଂଘ ଦାବୀ କରିଛି ଯେ, ବଲାଙ୍ଗିର ସହରର ଯେତେ ସ୍ଥାନରେ ବସରହୁଛି ସେ ସବୁକୁ ନୂତନ ବସ ଟର୍ମିନାଲରେ ରଖାଯିବା, ବସମାନଙ୍କ ପାଇଁ ଏକ ସ୍ଥିରୀକୃତ ବସଷ୍ଟାଣ୍ଡ ଫି ଘରୋଇ ବସ ମାଲିକ ସଂଘ ସହିତ ଆଲୋଚନା କରାଯାଇ ସ୍ଥିର କରାଯିବା, ଟର୍ମିନାଲ ପରିସରରେ ଘରୋଇ ବସ ମାଲିକ ସଂଘର ଏକ ଉନ୍ନତ ସଂଘ କାର୍ଯ୍ୟାଳୟ ଦେବା, ଯାତ୍ରୀ ଓ ସମସ୍ତଙ୍କ ସୁରକ୍ଷା ପାଇଁ ଏକ ପୋଲିସ ଆଉଟପୋଷ୍ଟ ସ୍ଥାପନ କରିବା, ବସ ମରାମତି, ସଫେଇ ବ୍ୟବସ୍ଥା ଓ ପ୍ରେସରର ସ୍ୱତନ୍ତ ବ୍ୟବସ୍ଥା କରାଇବା, ବର୍ତ୍ତମାନ ବସଷ୍ଟାଣ୍ଡରେ ଥିବା ଦୋକାନୀଙ୍କୁ ନୂତନ ଷ୍ଟାଣ୍ଡରେ ଥଇଥାନ କରାଯିବା, ବସ ମାଲିକମାନଙ୍କୁ ତାଙ୍କର କାର୍ଯ୍ୟାଳୟ ପାଇଁ ଷ୍ଟଲ ଯୋଗାଇ ଦେବା, ଷ୍ଟାଣ୍ଡର ପରିଚାଳନା ଦାୟୀତ୍ୱ ଘରୋଇ ବସ ମାଲିକ ସଂଘକୁ ଦିଆଯିବା ଦାବୀ ରହିଛି । ଏହି ସବୁ ସୁବିଧା ସୁଯୋଗ ସହିତ ବସଷ୍ଟାଣ୍ଡକୁ ସିଫ୍ଟ କରାଗଲେ ଆଗାମୀଦିନରେ ପରିଚାଳନାଗତ ତୃଟି ଉପୁଜିବ ନାହିଁ ବୋଲି ସଂଘ ପକ୍ଷରୁ ଦାବୀ କରାଯାଇଛି । ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସହିତ ଆଲୋଚନା ସଫଳ ହୋଇଛି ଓ ତାଙ୍କ ନିର୍ଦ୍ଦେଶରେ ଆସନ୍ତା ଦିନରେ ରାଜ୍ୟ ପରିବହନ ନୀଗମର ଅଧିକାରୀଙ୍କ ସହିତ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ହେବ ବୋଲି ଘରୋଇ ବସମାଲିକ ସଂଘର ସଭାପତି ହେମନ୍ତ କୁମାର ପଣ୍ଡା କହିଛନ୍ତି । ଏହି ପ୍ରତିନିଧ ଦଳରେ ସଂଘର ସଭାପତି ହେମନ୍ତ କୁମାର ପଣ୍ଡା, ସଂପାଦକ ପ୍ରଦ୍ୟୁତ ମିଶ୍ର, ଭବାନୀ ପଟେଲ, ସଂଜୀବ ପଣ୍ଡା, ହିମାଂଶୁ ନାୟକ, ଡମ୍ବରୁଧର ଅଚାର୍ଯ୍ୟ, ଟିକେଶ୍ୱର ନନ୍ଦ, ଦେବଦତ୍ତ ବେହେରା ପ୍ରମୁଖ ରହିଥିଲେ । ପ୍ରକାଶ ଯେ, ଗତ ୨୦୧୬ ମସିହାରେ ବିଜେଡିର ଯୁବନେତା ଅର୍କେଶ ନାରାୟଣ ସିଂଦେଓଙ୍କ ନେତୃତ୍ୱରେ ଏକ ଟିମ ତକ୍ରାଳୀନ ପରିବହନ ମନ୍ତ୍ରୀଙ୍କୁ ଭେଟି ବଲାଙ୍ଗୀରରେ ବସଟର୍ମିନାଲ ପାଇଁ ଦାବୀ କରାଯାଇଥିଲା । ଏହି ଦାବୀକୁ ଗ୍ରହଣ କରି ବସଟର୍ମିନାଲ ଅନୁମୋଦନ ହୋଇଥିଲା । ସେତେବେଳର ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂଦେଓ, ଲୋକସଭା ସାଂସଦ କଳିକେଶ ନାରାୟଣ ସିଂଦେଓ ଏବଂ ଘରୋଇ ବସ ମାଲିକ ସଂଘ ଜିଲ୍ଲାପାଳଙ୍କ ସହିତ ଆଲୋଚନା ପରେ ୨୦୧୭ ମସିହାରେ ଟର୍ମିନାଲ କାମ ଆରମ୍ଭ ହୋଇଥିଲା ।

jittmm
Leave A Reply

Your email address will not be published.