oom

କୋଭିଡ୍‌ ଟୀକାକରଣରେ ଛାତ୍ର କ୍ରିୟାନୁଷ୍ଠାନ କମିଟି ଓ ବିକାଶ ସେନାର ଶ୍ରମଦାନ

jsmm

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ସ୍ଥାନୀୟ ଟିଟିଲାଗଡ ଉପଖଣ୍ଡୀୟ ଡାକ୍ତଖାନା ଠାରେ ସରକାରଙ୍କ ଦ୍ଵାରା ହେଉଥିବା କୋଭିଡ୍ ଟୀକାକରଣ ଅଭିଯାନରେ ଛାତ୍ର କ୍ରିୟାନୁଷ୍ଠାନ କମିଟିର ସଭାପତି ଶୁଭମ୍ ଆଚାର୍ୟ୍ୟଙ୍କ ନେତୃ‌ତ୍ୱରେ ଛାତ୍ର କ୍ରିୟାନୁଷ୍ଠାନ କମିଟିର ଏବଂ ଟିଟିଲାଗଡ ବିକାଶ ସେନାର କିଛି ସଦସ୍ୟ ସ୍ୱେଚ୍ଚାସେବୀ ରୂପେ ଯୋଗ ଦେଇ ଲୋକଙ୍କୁ ସାହାଯ୍ୟ କରିଥିଲେ । କୋଭିଡ୍ ଟିକା ୧୬ ଜାନୁୟାରୀ ୨୦୨୧ରେ ଆରମ୍ଭ କରାଯାଇଥିଲା । ପ୍ରଥମ ଗୋଷ୍ଠୀରେ ସ୍ୱାସ୍ଥ୍ୟସେବା ଏବଂ ଫ୍ରଣ୍ଟଲାଇନ କର୍ମଚାରୀମାନଙ୍କୁ ଟୀକାକରଣ ଅଭିଯାନ ଦ୍ଵାରା ଟୀକାକରଣ ପାଇଁ ଅନ୍ତର୍ଭୁକ୍ତ କରାଯାଇଥିଲା । ବର୍ତ୍ତମାନ ଦ୍ୱିତୀୟ ଗୋଷ୍ଠୀ ରୂପେ ଜାନୁୟାରୀ ୧/ ୨୦୨୨ ସୁଦ୍ଧା ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏବଂ କୋମର୍ବିଡ୍ ଅବସ୍ଥା ଥିବା ୪୫ ରୁ ୫୯ ବର୍ଷ ମଧ୍ୟରେ ଥିବା ବ୍ୟକ୍ତିମାନଙ୍କୁ ଟୀକାକରଣ କରାଯାଉଅଛି । ଛାତ୍ର କ୍ରିୟାନୁଷ୍ଠାନ କମିଟି ଏବଂ ଟିଟିଲାଗଡ ବିକାଶ ସେନାର ସଦସ୍ୟ ଗଣ ଆଗକୁ ମଧ୍ୟ ଏହି ଅଭିଯାନରେ ସାହାଯ୍ୟର ହାତ ବଢାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଦ୍ଵିତୀୟ ଗୋଷ୍ଠୀରେ ଅନ୍ତର୍ଭୁକ୍ତ ସମସ୍ତ ଜ଼ନ ସାଧାରଣଙ୍କୁ ଅନୁରୋଧ କରିଛନ୍ତି ଯେ, ସେମାନେ ଏହି ଟୀକାକରଣ ଅଭିଯାନରେ ଯୋଗଦାନ କରନ୍ତୁ ଏବଂ ଏହି ଟୀକାକରଣ ପାଇଁ ହେଉଥିବା ରେଜିଷ୍ଟ୍ରେସନ ପ୍ରକ୍ରିୟା ପାଇଁ ଛାତ୍ର କ୍ରିୟାନୁଷ୍ଠାନ କମିଟିର ସଭାପତି ଶୁଭମ୍ ଆଚାର୍ୟ୍ୟଙ୍କ ସହ ଯୋଗଯୋଗ କରନ୍ତୁ । ଛାତ୍ର କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନଙ୍କ ମଧ୍ୟରୁ ଶୁଭମ୍ ଆଚାର୍ୟ୍ୟ, ପ୍ରଜ୍ଞା ଯାଦବ, ହିତେଶ କୁମାର ମିଶ୍ର, ପ୍ରଦୀପ ନାରାୟଣ ଦାସ, ଶିବୁ ଜାଲ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.