ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସ ପରାମର୍ଶଦାତା ତାଲିମ ଶିବିର ଉଦ୍‌ଘାଟିତ

  • ଶିକ୍ଷାର ପୂର୍ଣ୍ଣତା ହିଁ ଜୀବନରେ ଶ୍ରେଷ୍ଠତା ଆଣେ
    ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ରେଡକ୍ରସ ସୋସାଇଟି ଜୁନିଅର ରେଡକ୍ରସ, ଓଡିଶା ରାଜ୍ୟ ଶାଖା, ଭୁବନେଶ୍ୱରର ସହଯୋଗରେ ତଥା ଜିଲ୍ଲା ଜୁନିଅର ରେଡକ୍ରସ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲ ଠାରେ ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସ ପରାମର୍ଶଦାତାଙ୍କ ୫ ଦିନିଆ ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା ଯୋଗ ଦେଇ ଶିକ୍ଷାର ପୂର୍ଣ୍ଣତା ହିଁ ଜୀବନରେ ଶ୍ରେଷ୍ଠତା ଆଣେ ବୋଲି କହିବା ସହ ପରର ସେବା କରିବା ହିଁ ହେଉଛି ଈଶ୍ୱର ଲାଭର ପ୍ରକୃତ ପନ୍ଥା ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ସନାତନ ଠାକୁର ନିଜ ବକ୍ତବ୍ୟରେ ଉତ୍ତମ ସ୍ୱାସ୍ଥ୍ୟ ବିନା କେହି କୌଣସି ଉନ୍ନତି କରି ପାରନ୍ତି ନାହିଁ ବୋଲି ମତ ବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ବିଇଓ ବଲାଙ୍ଗିର ବ୍ଲକ ରାଘବ ପାଣିଗ୍ରାହୀ, ଜୁନିଅର ରେଡକ୍ରସ ସଙ୍ଗଠକ ସୁବାସ ଚନ୍ଦ୍ର ପଟେଲ, ଜିଲ୍ଲା ଜୁନିଅର ରେଡକ୍ରସ ସଂପାଦକ ଜ୍ୟୋତି ପ୍ରସାଦ ପରିଡା, ମଣ୍ଟେଶ୍ୱରୀ ସ୍କୁଲର ଅଧ୍ୟକ୍ଷ ରବିଚନ୍ଦ୍ର ଉଦ୍‌ଗାତା, ଏକାଡେମୀକ ମୁଖ୍ୟ ଶିବାନନ୍ଦ ଦାଶ, ପ୍ରାଇଭେଟ ସ୍କୁଲ ଏସୋସିଏସନ ଯୁଗ୍ମ ସଂପାଦକ ବିଜୟ ମିଶ୍ର ଯୋଗ ଦେଇ ସ୍ୱାସ୍ଥ୍ୟ, ସେବା ଏବଂ ବିଶ୍ୱବନ୍ଧୁତାର ମନ୍ତ୍ରରେ ମନ୍ତ୍ରିତ ହେବାକୁ ମତବ୍ୟକ୍ତ କରିଥିଲେ । କାର୍ୟ୍ୟକ୍ରମର ସଂଯୋଜନା ବିକାଶ ରଞ୍ଜନ ସାହୁ କରିଥିବା ବେଳେ ଜିଲ୍ଲା ଜୁନିଅର ରେଡକ୍ରସ ସଂଗଠକ ସୁବାଷ ଚନ୍ଦ୍ର ପଟେଲ ବିବରଣୀ ପଠନ ଓ ଧନ୍ୟବାଦ ଦେଇଥିଲେ ସଂପାଦକ ଜୁନିଅର ରେଡକ୍ରସ ଜ୍ୟୋତି ପ୍ରସାଦ ପରିଡା । ଏହି ଶିବିରରେ ସାଧନକର୍ମୀ ସୁବାସ ଚନ୍ଦ୍ର ପଟେଲ, ବିକାଶ ରଂଜନ ସାହୁ, ଦେବାନନ୍ଦ ଦାଶ, ରବିନ୍ଦ୍ର ଠେଟୁଆଲ ତାଲିମ ପ୍ରଦାନ କରୁଛନ୍ତି । ପରାମର୍ଶଦାତା ଘନଶ୍ୟାମ ମେହେର, ରଞ୍ଜିତ ମିଶ୍ର, ରାମ ନାରାୟଣ ଦାଶ ସହଯୋଗ କରିଥିଲେ । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ୩୦ ଜଣ ପରାମର୍ଶଦାତା, ୪ ଜଣ ଅଫିସିଆଲ ଓ ୫ ଜଣ ସାଧନକର୍ମୀ ଏହି କାର୍ୟ୍ୟକ୍ରମରେ ଅଂଶ ଗ୍ରହଣ କରିଛନ୍ତି ।
Leave A Reply

Your email address will not be published.